ଐତିହ୍ୟ ଓ ସଂସ୍କୃତିଓଡ଼ିଶାଜାତୀୟ

ଗୁରୁବାର ଅନୁଷ୍ଠିତ ହେବ ଜଗନ୍ନାଥଙ୍କ ବଳୀବାମନ ବେଶ

ପୁରୀ, ୦୮/୦୯/୨୦୨୨-   ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥିରେ ବୁଧବାର ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ସମ୍ପର୍ଣ୍ଣ ହେବା ପରେ ଗୁରୁବାର ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବଳୀବାମନ ବେଶ । ଶ୍ରୀମନ୍ଦିରରେ ଦ୍ୱିପହର ଧୂପ ସରିବା ପରେ ଶ୍ରୀଜୀଉ ମାନଙ୍କୁ ବେଶ କରାଯିବ ।

ବଳଭଦ୍ର ରାଜବେଶ ଧାରଣ କରିବାକୁ ଥିବା ବେଳେ ଦେବୀ ସୁଭଦ୍ରା ସାଧାରଣ ବେଶରେ ଏବଂ ବାମନ ରୂପୀ ବାଳକ ରୂପରେ ହାତରେ କମଣ୍ଡଳୁ ଏବଂ ଛତ୍ର ଧରି ରତ୍ନ ସିଂହାସନରେ ଦର୍ଶନ ଦେବେ ଜଗନ୍ନାଥ । ବଡ଼ସିଂହାର ପୂଜା ପର୍ଯ୍ୟନ୍ତ ଏହି ବେଶ ରହିବ । ଭଗବାନ ବିଷ୍ଣୁ ବାମନ ଅବତାରରେ ଦାନ ମାଗିବା ଛଳରେ ମହାଦାନୀ ରାଜା ବଳୀଙ୍କୁ ପାତାଳକୁ ଚାପି ଦେଇଥିଲେ । ସେହି ସ୍ମୃତିକୁ ମନେ ପକାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳୀବାମନ ବେଶ ଶହ ଶହ ବର୍ଷ ଧରି ଅନୁଷ୍ଠିତ ହୋଇ ଆସୁଛି ।

Related Articles

Back to top button
WP Twitter Auto Publish Powered By : XYZScripts.com