
ଭୁବନେଶ୍ୱର, ଭୁବନେଶ୍ୱର TPCODL ସର୍କଲ୍ -୧ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ତୁଷାରକାନ୍ତ ରାୟ ଭିଜିଲାନ୍ସ ପଞ୍ଝାରେ। ସେ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ।
ଅଭିଯୋଗକାରୀ ଇଲେକଟ୍ରିକାଲ୍ କଣ୍ଟ୍ରାକ୍ଟରଙ୍କ ଯାଞ୍ଚ ସପକ୍ଷରେ ରିପୋର୍ଟ ଦେବାକୁ ଡିଲ୍ ହୋଇଥିଲା। ଏଥିପାଇଁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଭୁବନେଶ୍ବର TPCODL ସର୍କଲ୍ -୧ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ତୁଷାରକାନ୍ତ ରାୟ।
ନିଜ ଘର ପାଖକୁ ଅଭିଯୋଗକାରୀଙ୍କୁ ଡାକି ଲାଞ୍ଚ ନେବା ପରେ ରଙ୍ଗେ ହାତ୍ ଧରିଛି ଭିଜିଲାନ୍ସ।
ଏହା ପରେ ଯାଞ୍ଚ କରୁ କରୁ ଅନେକ କିଛି ତଥ୍ୟ ସାମ୍ନାକୁ ଆସିଛି। କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ୯ ଲକ୍ଷ ୫୩ ହଜାର ଟଙ୍କା କ୍ୟାସ୍ ଜବତ ହୋଇଛି। ତା’ ସହ ତୁଷାରକାନ୍ତଙ୍କ ସହ ଜଡିତ ୩ରୁ ଅଧିକ ସ୍ଥାନରେ ଏବେ ବି ଯାଞ୍ଚ କରୁଛି ଭିଜିଲାନ୍ସ ଟିମ୍।