ଅନ୍ତର୍ଜାତୀୟକ୍ରୀଡ଼ା

ଏସିଆ କପ୍ 2025 ର ଫାଇନାଲ୍ ମ୍ୟାଚ ଆସନ୍ତା ରବିବାରେ ଖେଳାଯିବ

ଭୁବନେଶ୍ୱର,ସେପ୍ଟେମ୍ବର 28 ତାରିଖରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଫାଇନାଲ୍ ମ୍ୟାଚ ଖେଳାଯିବ। ଏହି ସମୟରେ, ବିଶ୍ୱ ପାରା ଆଥଲେଟିକ୍ସ ଚାମ୍ପିଅନସିପ୍ ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି, ଯାହା ଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ହେବ।

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏସିଆ କପ୍ 2025 ର ଫାଇନାଲ୍ ମ୍ୟାଚ ଆସନ୍ତା ରବିବାରେ ଖେଳାଯିବ, ଏହାଆଗରୁ ପାକିସ୍ତାନ ପୁଣି ଏକ ନୂଆ ଡ୍ରାମା ଆରମ୍ଭ କରିସାରିଲାଣି । ପାକିସ୍ତାନର ଜାତୀୟ ପାରାଅଲିମ୍ପିକ୍ କମିଟି କହିଛି ଯେ ପାକିସ୍ତାନ ସରକାରଙ୍କ ପରାମର୍ଶ ପରେ ବିଶ୍ୱ ପାରା ଆଥଲେଟିକ୍ସ ଚାମ୍ପିଅନସିପ୍କୁ ବ୍ୟାନ କରାଯାଇଛି । ଏଥିରେ କୌଣସି ପାକ୍ ଖେଳାଳି ଅଂଶଗ୍ରହଣ କରିବେ ନାହିଁ।NCPSର ମହାସଚିବ ଇମ୍ରାନ ଜମିଲ ଶାମି କହିଛନ୍ତି ଯେ ପାକିସ୍ତାନ ପ୍ରଥମେ F37 ଇଭେଣ୍ଟରେ ଅଂଶଗ୍ରହଣ କରିବା ପାଇଁ ହାଇଦର ଅଲିଙ୍କୁ ପଠାଇବାକୁ ଯୋଜନା କରୁଥିଲା।କିନ୍ତୁ ସୁରକ୍ଷା ଚିନ୍ତା ଏବଂ ଜନସାଧାରଣଙ୍କ କ୍ରୋଧ ଯୋଗୁଁ କମିଟି ପରେ ତାଙ୍କ ନାମ ପ୍ରତ୍ୟାହାର କରିନେଇଥିଲା। ଇମ୍ରାନ ନିଶ୍ଚିତ କରିଛନ୍ତି ଯେ ପାକିସ୍ତାନ ଚାମ୍ପିଅନସିପ୍ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛି।ଇମ୍ରାନ ଜାମିଲ ଶାମି ଆହୁରୀ କହିଛନ୍ତି କି ଆମେ ଆମର ଖେଳାଳିମାନଙ୍କୁ ପଠାଇନାହୁଁ କାରଣ ଆମେ ଆମର ଖେଳାଳି, ପ୍ରଶିକ୍ଷକ ଏବଂ ପରିଚାଳକଙ୍କ ସୁରକ୍ଷା ବିଷୟରେ ଚିନ୍ତିତ।ଭାରତ ସହିତ ରାଜନୈତିକ ସମ୍ପର୍କ ଖରାପ ଯୋଗୁଁ, ସରକାର ଖେଳାଳିଙ୍କୁ ଏଥିରେ ଅଂଶଗ୍ରହଣ ନ କରିବା ପାଇଁ କହିଛନ୍ତି ।ଏହାସହ ସରକାର ପରାମର୍ଶ ଦେଇଥିଲେ ଯେ ପାକିସ୍ତାନୀ ଖେଳାଳିମାନେ ଚାମ୍ପିଅନସିପରେ ଅଂଶଗ୍ରହଣ କରିବା ପାଇଁ ଭାରତ ଯାତ୍ରା କରିବା ଅନୁଚିତ୍।ବର୍ତମାନ ଏସିଆ କପରେ କଣ ହେଉଛି ତାହା ଆପଣମାନେ ଦେଖିପାରୁଥିବେ । ହାଇଦର ଏବଂ ତାଙ୍କ ପ୍ରଶିକ୍ଷକ ମଧ୍ୟ ଭାରତ ଯିବାକୁ ପ୍ରସ୍ତୁତ ନଥିଲେ ବୋଲି ଜମିଲ୍ କହିଛନ୍ତି ।

Related Articles

Back to top button