ଜିତିଲା ଏସିଆ କପ ସେଲିବ୍ରେସନ କରିଲା ଭାରତ

ଭୁବନେଶ୍ୱର,ଗତକାଲିର ମ୍ୟାଚରେ ଭାରତ ଦମଦାର ବିଜୟ ହାସଲ କରିବା ପରେ ଏସିସିର ସଭାପତି ମୋହସିନ ନକବିଙ୍କ ହାତରୁ ଟ୍ରଫି ନେବା ପାଇଁ ମନା କରିଥିଲା ଟିମ ଇଣ୍ଡିଆ । ଜିତିବା ପରେ ଟ୍ରଫି ଆଣିଦେଲେ କ୍ୟାପଟେନ ସୂର୍ଯ୍ୟକୁମାର । “ଭାରତ ମାତା କି ଜୟ” ଧ୍ୱନିରେ କମ୍ପିଲା ପୂରା ଷ୍ଟାଡିଅମ୍ ।
ଭାରତୀୟ ଖେଳାଳି , ଏମିରେଟସ ବୋର୍ଡର ଭାଇସ ଚେୟାରମ୍ୟାନ ଖଲିଦ୍ ଅଲ ଜରୁନୀଙ୍କ ହାତରୁ ଟ୍ରଫି ନେବା ପାଇଁ ଦାବି କରିଥିଲେ ।ଏହାପରେ ଏସିସିର ସଭାପତି ଟ୍ରଫି ନେଇ ଫେରିଯାଇଥିଲେ, ଏନେଇ ଅନେକ ବିବାଦ ଆରମ୍ଭ ହୋଇସାରିଛି ।ଏହାରି ଭିତରେ କ୍ୟାପଟେନ ସୂର୍ଯ୍ୟକୁମାର ଯାଦବ ପ୍ରେସ କନଫରେନ୍ସରେ କହିଥିଲେ କି ଏହା ପ୍ରଥମ ଟୁର୍ଣ୍ଣମେଣ୍ଟ ଯେଉଁଠି କି ଚାମ୍ପିଅନ ଦଳକୁ ଟ୍ରଫି ଦିଆଯାଇନାହିଁ ।
ଭାରତ ମ୍ୟାଚ ଜିତିବା ପରେ ସୂର୍ଯ୍ୟକୁମାର ଯାଦବ, ରୋହିତ ଶର୍ମାଙ୍କ ଷ୍ଟାଇଲରେ ଟିମ ଖେଳାଳିଙ୍କ ପାଖକୁ ଆସିଥିଲେ । ଏପରିକି ହାତରେ ଟ୍ରଫି ଧରିବା ଭଳି ଷ୍ଟାଇଲରେ ସେ ଅଭିନୟ କରିଥିଲେ ଓ ଅନ୍ୟ ଖେଳାଳି ତାଙ୍କ ହାତରୁ ସେ ଇମାଜିନାରୀ ଟ୍ରଫି ଉଠାଇନେଇଥିଲେ ।
ଏହି ସେଲିବ୍ରେସନ ବାବଦରେ ଅଭିଷେକ କହିଥିଲେ ।