
ଭୁବନେଶ୍ୱର,ଶିଶୁକୁ ଭୁଲ୍ ଇଞ୍ଜେକ୍ସନ ଅଭିଯୋଗ। ଯାଜପୁର ମୁଖ୍ୟ ଚିକିତ୍ସାଳୟ ଶିଶୁ ବିଭାଗରେ ଏଭଳି ଅଭିଯୋଗ ଆସିଛି। ଯାଜପୁର ଜିଲ୍ଲାର ଦଶରଥପୁର ନୀଳକଣ୍ଠପୁର ଅଞ୍ଚଳର ପରେଶ୍ ମଲ୍ଲିକ ଅଭିଯୋଗ କରିଛନ୍ତି ଯେ ତାଙ୍କ ଶିଶୁ ପୁତ୍ରକୁ ଜ୍ବର ଓ ଥଣ୍ଡା ହୋଇଥିବା କାରଣରୁ ମେଡିକାଲ କୁ ଆଣିଥିଲେ ।
ତାଙ୍କ ପୁତ୍ର ରିୟାଂଶ ମଲ୍ଲିକ ହୋଇଥିବା ବେଳେ ତାଙ୍କ ପାଖରେ ରିହାନ ଖାନ ନାମରେ ଆଉ ନିମୋନିଆରେ ପୀଡ଼ିତ ଆଉ ଜଣେ ଶିଶୁ ହୋଇ ଚିକିତ୍ସିତ ହେଉଥିଲେ ।
ସକାଳୁ ନର୍ସ ଇଞ୍ଜେକସନ ଦେବା ପରେ ଅନ୍ୟ ଜଣକ ଚିଠା ଆଣି ଧରେଇଥିଲେ। ତେଣୁ ଯେଉଁ ଇଞ୍ଜେକ୍ସନ ରିହାନକୁ ଦେବା କଥା ତାହା ରିୟାଂଶକୁ ଦେଇଥିବା ସେ ଅଭିଯୋଗ କରିଛନ୍ତି।
ପୁଅର କିଛି ହେଲେ ମେଡିକାଲ ଦାୟୀ ରହିବ ବୋଲି ଶିଶୁର ବାପା କହିଛନ୍ତି। ତେବେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ନାମ ଭୁଲ ହୋଇଛି, କିନ୍ତୁ ଔଷଧ ଠିକ୍ ଅଛି। ପିଲା ବି ସୁସ୍ଥ ଅଛି ବୋଲି ସେ କହିଛନ୍ତି।