
ଭୁବନେଶ୍ୱର, ବୁଧବାର କେନ୍ଦ୍ର ସରକାର ରବି ଫସଲର MSP ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାର ଏହି ଉଦ୍ଦେଶ୍ୟରେ 84,263 କୋଟି ଜାରି କରିବାକୁ ଘୋଷଣା କରିଛନ୍ତି। ଏହି ପ୍ୟାକେଜ୍ ଛଅ ବର୍ଷ ପାଇଁ ରହିବ। ଏହା ସହିତ, କେନ୍ଦ୍ର ସରକାର ଡାଲିକୁ ପ୍ରୋତ୍ସାହିତ କରିବା ପାଇଁ 11,440 କୋଟି ଟଙ୍କାର ପ୍ୟାକେଜ୍ ଅନୁମୋଦନ କରିଛନ୍ତି।
୨୦୨୫-୨୬ ବର୍ଷ ପାଇଁ ଗହମର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରତି କ୍ୱିଣ୍ଟାଲ ୨,୪୨୫ ଟଙ୍କା ସ୍ଥିର କରାଯାଇଥିଲା। ଏହିପରି ଭାବରେ ଗହମର ଏମଏସପି ଚଳିତ ବର୍ଷ ପ୍ରତି କ୍ୱିଣ୍ଟାଲରେ ୧୬୦ ଟଙ୍କା ବୃଦ୍ଧି କରାଯାଇଛି ।କେନ୍ଦ୍ର ମନ୍ତ୍ରୀମଣ୍ଡଳ 2026-27 ଋତୁ ପାଇଁ ଗହମର ସର୍ବନିମ୍ନ ସହାୟକ ମୂଲ୍ୟ (MSP) 6.59 ପ୍ରତିଶତ ବୃଦ୍ଧି କରି 2,585 ପ୍ରତି କ୍ୱିଣ୍ଟାଲ୍ କରିଛି।ଗହମ ରବି ଋତୁର ମୁଖ୍ୟ ଫସଲ ।
ଅକ୍ଟୋବର ଶେଷ ଭାଗରେ ବୁଣା ଆରମ୍ଭ ହୋଇ ମାର୍ଚ୍ଚ ମାସରେ ଅମଳ ହେବ। ଅନ୍ୟାନ୍ୟ ରବି ଫସଲ ମଧ୍ୟରେ ଜ୍ୱାର, ଯବ, ଚଣା ଏବଂ ମସୁର ଅନ୍ତର୍ଭୁକ୍ତ। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ କୃଷି ଖର୍ଚ୍ଚ ଏବଂ ମୂଲ୍ୟ କମିଶନ (ସିଏସିପି)ର ସୁପାରିଶ ଆଧାରରେ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଣ୍ଣୟ କରାଯାଇଛି।କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, “ରବି ଋତୁ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରି ମୋଟ ୮୪,୨୬୩ କୋଟି ଟଙ୍କା ଆମର ଚାଷୀ ଭାଇମାନଙ୍କ କଠିନ ପରିଶ୍ରମ ପାଇଁ ଯିବ। ୨୦୨୬-୨୭ ରବି ଋତୁରେ ଆନୁମାନିକ କ୍ରୟ ୨୯୭ ଲକ୍ଷ ମେଟ୍ରିକ୍ ଟନ୍ ହେବାର ସମ୍ଭାବନା ଅଛି ଏବଂ ପ୍ରସ୍ତାବିତ ସର୍ବନିମ୍ନ ସହାୟକ ମୂଲ୍ୟରେ ଚାଷୀମାନଙ୍କୁ ପ୍ରଦାନ କରାଯିବାର ପରିମାଣ ୮୪,୨୬୩ କୋଟି ଟଙ୍କା।”