
ଭୁବନେଶ୍ୱର,ଶାହରୁଖ ଖାନ ବିଶ୍ୱର ସବୁଠାରୁ ଧନୀ ଅଭିନେତା ହୋଇ ଆଉ ଏକ ଇତିହାସ ସୃଷ୍ଟି କରିଛନ୍ତି।ଶାହରୁଖ ଖାନଙ୍କ ତୁଳନାରେ ହଲିଉଡ୍ ଷ୍ଟାରଙ୍କ ଷ୍ଟାରଡମ ମଧ୍ୟ ଫିକା ପଡ଼ିଯାଇଛି, ଏବଂ ଏବେ, ବଲିଉଡର ବାଦଶାହା ଶାହରୁଖ ଖାନ ₹12,490 କୋଟିର ମାଲିକ ହୋଇଛନ୍ତି। ଏହା ସଦ୍ୟ ପ୍ରକାଶିତ ହୁରୁନ୍ ଇଣ୍ଡିଆ ରିଚ୍ ଲିଷ୍ଟ ରିପୋର୍ଟରେ ପ୍ରକାଶ ପାଇଛି। ଅକ୍ଟୋବର 1 ତାରିଖରେ ପ୍ରକାଶିତ ଏହି ରିପୋର୍ଟରେ ଶାହରୁଖ ଖାନଙ୍କ ସମ୍ପତ୍ତି ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଏବେ ଶାହାରୁଖ ଖାନ ଲେଟୱର୍ଥ ମାମଲାରେ ଟେଲର ସ୍ୱିଫ୍ଟ, ଆର୍ନୋଲ୍ଡ,, ଜେରି ସେନଫିଲ୍ଡ ଏବଂ ସେଲେନେ ଗୋମେଜଙ୍କ ପରି ସେଲିବ୍ରିଟିଙ୍କ ସମେତ ହଲିଉଡର ସବୁଠାରୁ ଧନୀ ଷ୍ଟାରମାନଙ୍କୁ ପଛରେ ପକାଇ ଦେଇଛନ୍ତି। ଶାହରୁଖ ଖାନ ଏବେ ବିଶ୍ୱର ପ୍ରଥମ ଅଭିନେତା ଯିଏ ବିଲିୟନାରୀ ହୋଇଛନ୍ତି।
ଶାହରୁଖ କିଛି ବର୍ଷ ଧରି ବଲିଉଡର ସବୁଠାରୁ ଧନୀ ଅଭିନେତା ଅଛନ୍ତି ଏବଂ ଏବେ ସେ ପୁଣି ଥରେ ନିଜର ସମ୍ପତ୍ତି ପ୍ରକାଶ କରିଛନ୍ତି। ଶାହରୁଖ ଖାନଙ୍କ ପରେ, ବଲିଉଡ ଅଭିନେତ୍ରୀ ଜୁହି ଚାୱଲା ₹7,790 କୋଟି ଟଙ୍କାର ସମ୍ପତ୍ତି ସହିତ ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ₹2,160 କୋଟି ଟଙ୍କାର ସମ୍ପତ୍ତି ସହିତ ହ୍ରିତିକ୍ ରୋଶନ ତୃତୀୟ ସ୍ଥାନରେ ଅଛନ୍ତି।