ଏଲନ ମସ୍କ ଏବେ ପୁଣିଥରେ ଇତିହାସ ରଚିଛନ୍ତି।

ଭୁବନେଶ୍ୱର,ଏଲମ ମସ୍କ ପ୍ରଥମ ବ୍ୟକ୍ତି ଥିଲେ ଯିଏ ୩୦୦ ଡଲାର ବିଲିୟନ ଏବଂ ପରେ ୪୦୦ ଡଲାର ବିଲିୟନ ସମ୍ପତ୍ତି ଅର୍ଜନ କରିଥିଲେ। ଆଜି ପର୍ଯ୍ୟନ୍ତ କେବଳ ଦୁଇଜଣ ବ୍ୟକ୍ତି ୩୦୦ ଡଲାର ବିଲିୟନ ଅତିକ୍ରମ କରିଛନ୍ତି।ଏଲନ ମସ୍କଙ୍କ ପରେ ଓରାକେଲ୍ ପ୍ରତିଷ୍ଠାତା ଲାରି ଏଲିସନ୍, ଯିଏ ବର୍ତ୍ତମାନ ବିଶ୍ୱର ଦ୍ୱିତୀୟ ସବୁଠାରୁ ଧନୀ ବ୍ୟବସାୟୀ, ଏହି ସଫଳତା ହାସଲ କରିଛନ୍ତି।
ଫୋର୍ବସ୍ ରିଅଲ୍-ଟାଇମ୍ ଆଧାରରେ କୋଟିପତିଙ୍କ ସମ୍ପତ୍ତିକୁ ଟ୍ରାକ୍ କରେ। ଟେସଲାର ସେୟାର ସର୍ବକାଳୀନ ସର୍ବାଧିକ ଥିବା ସମୟରେ ମସ୍କଙ୍କ ସମ୍ପତ୍ତି ୫୦୦ ଡଲାର ବିଲିୟନ ଛୁଇଁଥିଲା।ଫୋର୍ବସର ରିଅଲ୍-ଟାଇମ୍ ବିଲିୟନେୟର୍ସ ତାଲିକା ଅନୁଯାୟୀ, ଟେସଲାର ସିଇଓ ଏବଂ ପ୍ରତିଷ୍ଠାତା ଏଲନ୍ ମସ୍କଙ୍କ ସମ୍ପତ୍ତି ପ୍ରଥମ ଥର ପାଇଁ ୫୦୦ ଡଲାର ବିଲିୟନ ଛୁଇଁଛି।
ଷ୍ଟକ୍ ମାର୍କେଟ ବନ୍ଦ ହେବା ପରେ ମସ୍କଙ୍କ ସମ୍ପତ୍ତି ମୂଲ୍ୟ ସାମାନ୍ୟ ହ୍ରାସ ପାଇଛି, କିନ୍ତୁ ୫୦୦ ଡଲାର ବିଲିୟନ ପାଖାପାଖି ରହିଛି। ଯଦି ଗୁରୁବାର କମ୍ପାନୀର ସେୟାର ବୃଦ୍ଧି ପାଇବା ଜାରି ରହେ, ତେବେ ଏହି ସଂଖ୍ୟା ଅତିକ୍ରମ କରିବ।ସେ ବିଶ୍ୱର ପ୍ରଥମ ବ୍ୟକ୍ତି ଯାହାଙ୍କର ସମ୍ପତ୍ତି ୫୦୦ ଡଲାର ବିନିୟନ ପାର କରିଛି।