ଫେବୃଆରୀ ୨୦୨୬ରେ ଅଭିନେତା ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନାଙ୍କ ର ବିବାହ

ଭୁବନେଶ୍ୱର, ଅଭିନେତ୍ରୀ ରଶ୍ମିକା ମନ୍ଦାନା ଙ୍କ ନିର୍ବନ୍ଧ ହୋଇଛି। ପରିବାର ଏବଂ ନିକଟତର ବନ୍ଧୁମାନଙ୍କ ଉପସ୍ଥିତିରେ ଦକ୍ଷିଣ ସିନେ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଙ୍କ ସହ ରଶ୍ମିକାଙ୍କ ନିର୍ବନ୍ଧ ହୋଇଥିବା ଜଣାପଡ଼ିଛି। ଜାତୀୟ ଗଣମାଧ୍ୟମ ସଂସ୍ଥା ଅନୁଯାୟୀ, ଉଭୟ ୨୦୨୬ ଫେବୃଆରୀରେ ବିବାହ କରିବାକୁ ଯାଉଛନ୍ତି ବୋଲି ସୂଚନା ମିଳିଛି। ଉଭୟଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ସେମାନଙ୍କର ବିବାହ କିମ୍ବା ନିର୍ବନ୍ଧ ସଂକ୍ରାନ୍ତରେ ଘୋଷଣା ହୋଇନାହିଁ। ଗୋପନୀୟତା କାରଣରୁ ଉଭୟ ଏହି ଖବରକୁ ଲୁଚାଇ ରଖିଛନ୍ତି।
ପୂର୍ବରୁ, ରଶ୍ମିକା ମନ୍ଦାନାଙ୍କ ଏକ ପୋଷ୍ଟ ଭାଇରାଲ ହୋଇଥିଲା, ଯେଉଁଥିରେ ଅଭିନେତ୍ରୀ ଶାଢ଼ୀ ପିନ୍ଧି ପୋଜ୍ ଦେଉଥିବାର ଦେଖାଯାଇଥିଲା। କିଛି ଲୋକ ଭାବିଥିଲେ ଯେ ଫଟୋଗୁଡ଼ିକ ଉଭୟଙ୍କ ନିର୍ବନ୍ଧ ସମୟର ହୋଇ ଥାଇପାରେ।
ପୋଷ୍ଟରେ, ଅଭିନେତ୍ରୀ ପାରମ୍ପରିକ ଲୁକରେ ମଥାରେ ତିଳକ ଲଗାଇ ପ୍ରଶଂସକମାନଙ୍କୁ ଦଶହରାର ଶୁଭେଚ୍ଛା ଜଣାଇଥିଲେ।
ସେ ତାଙ୍କ ପୋଷ୍ଟରେ ଲେଖିଥିଲେ, “ମୋର ପ୍ରିୟ ବନ୍ଧୁଗଣ, ଦଶହରାର ଶୁଭେଚ୍ଛା। ଏହି ବର୍ଷ, ଥାମାର ଟ୍ରେଲର ଏବଂ ଆମ ଗୀତ ଉପରେ ଯେଉଁଭଳି ଭଲ ପାଇବା ଦେଇଛନ୍ତି, ସେଥିପାଇଁ ମୁଁ ବହୁତ କୃତଜ୍ଞ।”
ରଶ୍ମିକା ମନ୍ଦାନା କିମ୍ବା ବିଜୟ ଦେବରକୋଣ୍ଡା ଏପର୍ଯ୍ୟନ୍ତ ନିର୍ବନ୍ଧକୁ ନିଶ୍ଚିତ କରିନାହାଁନ୍ତି କିମ୍ବା ସେମାନଙ୍କ ସମ୍ପର୍କକୁ ଆନୁଷ୍ଠାନିକ କରିନାହାଁନ୍ତି। ସୋସିଆଲ ମିଡିଆରେ ସେମାନଙ୍କ ଛୁଟିଦିନର ଫଟୋଗୁଡ଼ିକ ଭାଇରାଲ ହେଉଥିବା ବେଳେ, ସେମାନଙ୍କ ନିର୍ବନ୍ଧ ଏବଂ ବିବାହ ଖବର ପ୍ରକାଶ ପାଇବା ପରେ ପ୍ରଶଂସକମାନେ ଏବେ ଉଭୟଙ୍କୁ ଅଭିନନ୍ଦନ ଜଣାଉଛନ୍ତି।
ରଶ୍ମିକା ମନ୍ଦାନାଙ୍କ ଫିଲ୍ମ କ୍ୟାରିୟର ଉପରେ କହିବାକୁ ଗଲେ, ତାଙ୍କର ଆଗାମୀ ଫିଲ୍ମ ହେଉଛି ହରର କମେଡି ଥାମା, ଯାହାର ନିର୍ଦ୍ଦେଶନା ଆଦିତ୍ୟ ସରପୋତଦାର କରିଛନ୍ତି। ସେ ଆୟୁଷ୍ମାନ ଖୁରାନା, ନୱାଜୁଦ୍ଦିନ ସିଦ୍ଦିକି ଏବଂ ପରେଶ ରାୱଲଙ୍କ ସହିତ ଅଭିନୟ କରିଛନ୍ତି। ଏହି ଫିଲ୍ମଟି ୨୧ ଅକ୍ଟୋବର ୨୦୨୫ରେ ସିନେମା ହଲରେ ରିଲିଜ ହେବାର ଅଛି।