ଜାତୀୟମନୋରଞ୍ଜନ

ପତ୍ନୀଙ୍କ ଅନୁମତି ବିନା ସାହିଦ କପୁର କରନ୍ତି ନାହିଁ ଏହି କାମ, ନିଜେ କଲେ ଖୁଲାସା

ମୁମ୍ବାଇ() ଅଭିନେତା ସାହିଦ କପୁର ନିକଟରେ ରିଲିଜ୍ ହୋଇଥିବା ସ୍ପୋର୍ଟସ ଡ୍ରାମା ଫିଲ୍ମ ‘ଜର୍ସି’ କୁ ନେଇ ବେଶ୍ ଚର୍ଚ୍ଚାରେ ରହିଛନ୍ତି । ଏହି ଫିଲ୍ମରେ ସାହିଦଙ୍କ ସହ ମୃଣାଳ ଠାକୁର ଏବଂ ପଙ୍କଜ କପୁର ମଧ୍ୟ ଅଭିନୟ କରିଛନ୍ତି । ସାହିଦଙ୍କ ଅଭିନୀତି ‘ଜର୍ସି’ ଜାତୀୟ ପୁରସ୍କାର ପାଇଥିବା ତେଲୁଗୁ ଫିଲ୍ମର ରିମେକ୍ । ସାହିଦ ତାଙ୍କ ଫିଲ୍ମକୁ ହିଟ୍ କରାଇବା ପାଇଁ ପୁରା ଦମ୍‌ରେ ଲାଗିପଡିଛନ୍ତି । ନିକଟରେ ସେ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ମୀରାଙ୍କ ସହ ବିବାହ ପରେ କେମିତି ତାଙ୍କ ଜୀବନ ବଦଳି ଯାଇଥିଲା ।

କର୍ଲି ଟେଲ୍ସ ସହ ଏକ ସାକ୍ଷାତକାରରେ ସାହିଦ ନିଜ ଫିଲ୍ମ ଏବଂ ପରିବାର ବିଷୟରେ ଖୋଲାଖୋଲି କଥା ହୋଇଥିଲେ । ଯେତେବେଳେ ତାଙ୍କୁ ପଚରା ଯାଇଥିଲା ସେ ଟଙ୍କା ସଞ୍ଚୟ କରନ୍ତି ନା ସବୁ ଖର୍ଚ୍ଚ କରିଦିଅନ୍ତି ସେତେବେଳେ ସାହିଦ କହିଥିଲେ, ପ୍ରଥମେ ମୁଁ ଅଲ୍ ଆଉଟ୍ ହୋଇଯାଉଥିଲି । କିନ୍ତୁ ଏବେ ନୁହେଁ । ମୁଁ ଏବେ ଜଣେ ପାରିବାରିକ ବ୍ୟକ୍ତି । ମୋ ପିଲାଛୁଆ ଓ ସ୍ତ୍ରୀ ଅଛନ୍ତି । ଅନୁମତି ନେବାକୁ ପଡୁଛି ଏବଂ ଭାବିବାକୁ ପଡୁଛି । ମୋତେ ଟଙ୍କା ଖର୍ଚ୍ଚ କରିବା ପୂର୍ବରୁ ଅନୁମତି ନେବାକୁ ପଡୁଛି । ଏ ବିଷୟରେ ଭାବିବାକୁ ମଧ୍ୟ ପଡୁଛି ।

ସାହିଦ ଆହୁରି କହିଥିଲେ ଯେ, ମୁଁ ବୟଜ୍ ଟ୍ରିପ୍ ପାଇଁ ମୀରାଙ୍କ ଅନୁମତି ନେଇ ନଥିଲି । ଏହା ମୋର ଅଧିକାର । ମୋତେ ଲାଗୁଛି ପ୍ରତ୍ୟେକ ଯୁବକ କେବେ ନା କେବେ ବୟଜ୍ ଟ୍ରିପ୍‌ର ହକଦାର ।

Related Articles

Back to top button
WP Twitter Auto Publish Powered By : XYZScripts.com