ଜାତୀୟଜୀବନଶୈଳୀ

ଟ୍ରାଫିକ୍ ସମସ୍ୟାରୁ ମୁକ୍ତି ପାଇବାର ଆସିଯାଇଛି ସଲ୍ୟୁସନ୍।

ଭୁବନେଶ୍ୱର,୨ ଅକ୍ଟୋବର ଗୁରୁବାର ଦିନ ଭାରତର ପ୍ରଥମ ସହରାଞ୍ଚଳ ସାର୍ବଜନୀନ ପରିବହନ ରୋପୱେ ପାଇଁ ପରୀକ୍ଷଣ ବାରଣାସୀରେ କରାଯାଇଛି। ଯାହା ସ୍ଥାୟୀ ସହରାଞ୍ଚଳ ଗତିଶୀଳତାରେ ଏକ ପ୍ରମୁଖ ପଦକ୍ଷେପ। ୮୧୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ୩.୮ କିଲୋମିଟର କରିଡରରେ ପାଞ୍ଚଟି ଷ୍ଟେସନ ଏବଂ ୧୪୮ ଗୋଣ୍ଡୋଲା ରହିବ। ରୋପୱେର ଲକ୍ଷ୍ୟ ହେଉଛି ପ୍ରତିଦିନ ପ୍ରାୟ ଏକ ଲକ୍ଷ ଯାତ୍ରୀଙ୍କୁ ପରିବହନ କରିବା, ଯାହା ସାରା ସହରରେ ସଂଯୋଗୀକରଣକୁ ବୃଦ୍ଧି କରିବ।

ବାରଣାସୀ ଡେଭଲପମେଣ୍ଟ ଅଥୋରିଟିର ଉପାଧ୍ୟକ୍ଷ ପୁଲକିତ ଗର୍ଗ କହିଛନ୍ତି ଯେ ବାରାଣସୀକୁ ଏକ ଅତ୍ୟନ୍ତ ଦୂରଦୃଷ୍ଟିପୂର୍ଣ୍ଣ ରୋପଓ୍ବେ ପ୍ରକଳ୍ପ ଆସୁଛି। ଯେଉଁଥିରେ ପ୍ରଶସ୍ତ ଯାତ୍ରୀ ପ୍ରତିକ୍ଷା ସ୍ଥଳ ଏବଂ ଯାତ୍ରୀ-ଅନୁକୂଳ ସୁବିଧା ସହିତ ପାଞ୍ଚଟି ଷ୍ଟେସନ ରହିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରକଳ୍ପ ମୋଟ୍ ମୂଲ୍ୟରେ ୧୫ ବର୍ଷର କାର୍ଯ୍ୟ ଏବଂ ରକ୍ଷଣାବେକ୍ଷଣ ଅନ୍ତର୍ଭୁକ୍ତ। ଏଥିରେ ମୋଟ୍ ୩.୮ କିଲୋମିଟର ଲମ୍ବା କରିଡର ଅଛି ଯେଉଁଥିରେ ୫ଟି ଷ୍ଟେସନ ରହିବ।

ସହରରରେ ଏବେ ଦିନକୁ ଦିନ ବଢ଼ୁଛି ଟ୍ରାଫିକ୍ ସମସ୍ୟା। ଦୁର୍ଘଟଣା ବି ଅକାଳରେ ଚାଲିଯାଉଛି ଜୀବନ। ସବୁଦିନ ଟ୍ରାଫିଜ ଜାମରେ ଫସି ଦହଗଞ୍ଜ ହେଉଛନ୍ତି ସାଧାରଣ ଲୋକ। ତେବେ ଏସବୁର ସମସ୍ୟାରୁ ମୁକ୍ତି ପାଇବାର ଆସିଯାଇଛି ସଲ୍ୟୁସନ୍। ଯାହା ପ୍ରାରମ୍ଭିକ ଭାବେ ଉତ୍ତରପ୍ରଦେଶର ବାରଣାସୀରୁ ଆରମ୍ଭ ହୋଇଛି।

Related Articles

Back to top button