ଆପଣ ପିଜ୍ଜା ଖାଇବା ଛାଡିଦେବେ ।

ଭୁବନେଶ୍ୱର,ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିଲା ପରେ ଆପଣ ପିଜ୍ଜା ଖାଇବା ଛାଡିଦେବେ ।ଭାଇରାଲ ଭିଡିଓରେ ଜଣେ ବ୍ୟକ୍ତି ପ୍ରଥମେ ନାନ ତିଆରି କରୁଛନ୍ତି।
ତା’ପରେ ସେ ଏହାକୁ ଆଲୁମିନିୟମ ଫଏଲ ଉପରେ ରଖି ପିଜା ବେସ୍ ତିଆରି କରୁଛନ୍ତି । ତା’ପରେ, ସେ ସେହି ବେସ୍ ଉପରେ ବିଭିନ୍ନ ପ୍ରକାରର ପନିପରିବା ଏବଂ ଚିଜ୍ ପକାଇ ପୁଣି ଚୁଲିରେ ବସେଇଦେଉଛନ୍ତି । ଏହାପରେ ପ୍ରସ୍ତୁତ ହୋଇଯାଏ ତାଙ୍କ ପିଜ୍ଜା ।
ତିକି ନୁହେଁ, ପିଜ୍ଜା ହେବା ପରେ ସେ ଏହାକୁ କାଟି ପିଆଜ, ଚଟଣି ଏବଂ ଛୋଲେ ସହିତ ପରିବେଷଣ କରୁଛନ୍ତି । ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି। ଭିଡିଓଟି Instagram ର hungry.professor ନାମକ ଏକ ଆକାଉଣ୍ଟରେ ପୋଷ୍ଟ କରାଯାଇଛି ।
ଭିଡିଓକୁ ଏଯାବତ୍ ୩ ହଜାରରୁ ଅଧିକ ଲୋକ ଲାଇକ୍ କରିଛନ୍ତି । ଭିଡିଓଟି ଦେଖିବା ପରେ ଜଣେ ବ୍ୟବହାରକାରୀ ମନ୍ତବ୍ୟ ଦେଇଛନ୍ତି, “ଏସବୁ କଣ ଦେଖିବାକୁ ମିଳୁଛି, ଭଲ ହୋଇଛି ମୁଁ ଅନ୍ଧ।” ସେହିପରି ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, “ନାନ୍ ପିଜ୍ଜା ବନେଇ ଛୋଲେ ସହିତ ପରିବେଷଣ କରୁଛନ୍ତି।” ତୃତୀୟ ବ୍ୟବହାରକାରୀ ଲେଖିଛନ୍ତି, “ତନ୍ଦୁରି ପିଜା, ଏହାକୁ ଦେଖି ଇଟାଲୀୟମାନେ ମୋତେ ମାରିଦିଅ ବୋଲି କହୁଥିବେ।”