ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ଭୁବନେଶ୍ୱର, ଚାରିଧାମ ଯାତ୍ରୀରେ ଗଲାଣି ୧୮୯ ଜୀବନ । ସ୍ବାସ୍ଥ୍ଯ ସମସ୍ଯା କାରଣରୁ ଏପରି ହୋଇଥିବା ସୂଚନା ମିଳିଥିବା ବେଳେ ଅନେକ ଲୋକଙ୍କ ଭୁଲ ଯୋଗୁଁ ଏହି ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ଅନ୍ଯପଟେ ଆଜି ସକାଳୁ ମଧ୍ୟ ଜଣେ ତୀର୍ଥଯାତ୍ରୀ ହୃଗଘାତରେ ମୃତ୍ଯୁବରଣ କରିଛନ୍ତି ।ଚଳିତ ବର୍ଷ ବହୁ ସଂଖ୍ୟାରେ ତୀର୍ଥଯାତ୍ରୀ ଚାରିଧାମ ଯାତ୍ରା କରିଛନ୍ତି । ପ୍ରାୟ ୪୯ ଲକ୍ଷ ଭକ୍ତ ୪ ଧାମ ଯାତ୍ରୀରେ ଆସିଥିବା ଏକ ରିପୋର୍ଟରୁ ଜଣାପଡିଛିା ଏହାଛଡା ତୀର୍ଥଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି ।
କିଛି ଲୋକ ସ୍ୱାସ୍ଥ୍ୟ ଖରାପ ହେତୁ ମୃତ୍ୟୁବରଣ କରିଥିବା ବେଳେ ଅଧିକାଂଶ ହୃଦଘାତ ଓ ଉଚ୍ଚତା କାରଣରୁ ଜଟିଳ ସମସ୍ୟା ହେତୁ ହୋଇଥିବା ଜଣାପଡିଛି । ମାତ୍ର ୨୦୨୪ରେ ୨୪୬ ଜଣ ତୀର୍ଥଯାତ୍ରୀଙ୍କ ଜୀବନ ଯାଇଥିବା ବେଳେ ଚଳିତ ବର୍ଷ ମୃତକଙ୍କ ସଂଖ୍ୟା ୧୮୯ରେ ପହଁଚିଲାଣି ।
ପ୍ରାୟ ୧୧,୭୫୫ ଫୁଟ ଉଚ୍ଚତାରେ ଅବସ୍ଥିତ କେଦାରନାଥରେ ପହଞ୍ଚିବା ପାଇଁ, ତୀର୍ଥଯାତ୍ରୀମାନେ ପ୍ରାୟ ୧୮ କିଲୋମିଟର ଯାତ୍ରା କରିଥାଆନ୍ତି ।ଅନେକ ପାଦରେ ଚଢ଼ି ଉପରକୁ ଯାଇଥାଆନ୍ତି। ଅନେକ ତୀର୍ଥଯାତ୍ରୀ ସ୍ୱାସ୍ଥ୍ୟ ପରୀକ୍ଷା ବିନା ଏହି ପଦଯାତ୍ରା ଆରମ୍ଭ କରନ୍ତି, ଯାହା ଫଳରେ ଉଚ୍ଚତାରେ ଶ୍ୱାସକ୍ରିୟା କଷ୍ଟ, ଦ୍ରୁତ ହୃଦସ୍ପନ୍ଦନ ଏବଂ ଥକ୍କାପଣ ଭଳି ସମସ୍ୟା ଦେଖାଦିଏ। ଆଉ ଏହି ସମସ୍ଯା ଅନେକ ଲୋକଙ୍କ ମୃତୁଯ ପଛରେ ଏକ ବଡ କାରଣ ପାଲଟିଛି ।
ଚାରିଧାମ ଯାତ୍ରୀ କରୁଥିବା ତୀର୍ଥଯାତ୍ରୀଙ୍କ ମଧ୍ୟରୁ କେଦାରନାଥରେ ସର୍ବାଧିକ ୮୯ ଜଣଙ୍କ ଜୀବନ ଯାଇଛି ,ବଦ୍ରିନାଥରେ ୪୬, ଯମୁନୋତ୍ରୀରେ ୨୯ ଓ ଗଙ୍ଗୋତ୍ରୀ ଧାମରେ ୨୩ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଛି ।ଚଳିତ ବର୍ଷ, ଏହି ସଂଖ୍ୟା ପ୍ରାୟ 189 ରହିଛି , ଏବେ ବି ଏହା ଚିନ୍ତାର କାରଣ ।