
ଭୁବନେଶ୍ୱର,ଟିମ ସିଲେକ୍ସନ ନେଇ ପ୍ରଶ୍ନ ଉଠାଇଲେ ଅଜିଙ୍କ୍ୟ ରାହାଣେ । କହିଲେ କି ୨୦ – ୩୦ ବର୍ଷ ଫର୍ମୁଲାକୁ ଏବେ ବ୍ୟବହାର କରିବା ଆଦୌ ଠିକ ନୁହେଁ । ଦାୟିତ୍ୱ ଉଚିତ ଲୋକଙ୍କୁ ମିଳିବା ଦରକାର ।ଟିମ ଇଣ୍ଡିଆର ଅଭିଜ୍ଞ ଖେଳାଳି ଅଜିଙ୍କ୍ୟ ରାହାଣେ ଚୟନ ପ୍ରଣାଳୀକୁ ନେଇ ପ୍ରଶ୍ନ କରିଛନ୍ତି। ରାଗରେ ତମ ତମ ହୋଇ ସବୁ କହିଦେଲେ ରାହାଣେ। ବିସିସିଆଇର ଚୟନ ନେଇ ଉଠାଇଲେ ପ୍ରଶ୍ନ। ସେ କହିଛନ୍ତି କି ଚୟନକର୍ତ୍ତାଙ୍କୁ ନିଯୁକ୍ତି କରିବା ଆଗରୁ ୧୦ ଥର ଭାବିବା ଉଚିତ। ବିଶେଷ କରି ଘରୋଇ ସ୍ତରରେ ହେଉଥିବା ଖେଳକୁ ନେଇ ସେ ମନ୍ତବ୍ୟ ଦେଇଥିଲେ ।
ରାହାଣେ କହିଥିଲେ କି”ଦଳରେ ଅନେକ ଅଭିଜ୍ଞ ଖେଳାଳି ଅବସର ନେଇଛନ୍ତି । ତେବେ ଏହିପରି କିଛି ଅଭିଜ୍ଞ ଖେଳାଳି ଯେଉଁମାନେ ନିକଟ ଅତୀତରେ ଖେଳରୁ ଅବସର ନେଇଛନ୍ତି ସେମାନଙ୍କ ଠାରୁ ଟିମ ସିଲେକ୍ସନ ସମୟରେ ଆଲୋଚନା କରାଯିବା ଦରକାର କିମ୍ବା ସେମାନଙ୍କୁ ଟିମର ଖେଳାଳିଙ୍କୁ ଚୟନ କରିବା ପାଇଁ ଦିଆଯିବା ଦରକାର ।
ରାହଣେ ବର୍ତ୍ତମାନ ସୁଦ୍ଧା ଅନ୍ତର୍ଜାତୀୟ ଖେଳରୁ ଅବସର ଗ୍ରହଣ କରିନାହାନ୍ତି ।ମାତ୍ର ସେ ମୁମ୍ବାଇ ଦଳର କ୍ୟାପଟେନ ପଦରୁ ଇସ୍ତଫା ଦେଇଛନ୍ତି । ସମୟ ସହ କ୍ରିକେଟ ଖେଳରେ ଅନେକ ପରିବର୍ତ୍ତନ ହୋଇଛି ।
ଏଣୁ ମୁଁ ଭାବୁଛି କି ଆମକୁ ଚୟନ ପ୍ରଣାଳୀରେ ମଧ୍ୟ କିଛିଟା ପରିବର୍ତନ କରିବାକୁ ପଡିବ । ୨୦ ରୁ ୩୦ ବର୍ଷ ଆଗରୁ ଯେଉଁଭଳି ଭାବେ ଖେଳାଳିଙ୍କୁ ଚୟନ କରାଯାଉଥିଲା ଏବେ ସେହି ସମାନ ପ୍ରଣାଳୀ ଆପଣାଇବା ମୋ ପକ୍ଷରେ ଅନୁଚିତ ବୋଲି ସେ କହିଥିଲେ ।