କ୍ରୀଡ଼ା

ଆଜି ଠାରୁ IPLର ୧୬ ତମ ସଂସ୍କରଣ

ଭୁବନେଶ୍ୱର, ୩୧/୦୩/୨୦୨୩ –   ଇଣ୍ଡିଆନ ପ୍ରିମିୟର ଲିଗର ୧୬ ତମ ସଂସ୍କରଣ ଶୁକ୍ରବାର (ଆଜି)ଠାରୁ ଆରମ୍ଭ ହେଉଛି । ଉଦ୍ଘାଟନୀ ମ୍ୟାଚରେ ମୁହାଁମୁହିଁ ହେଉଛନ୍ତି ଗୁଜୁରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ । ତେବେ ଏଥର ୧୦ଟି ଟିମ ଭିତରେ ଟକ୍କର ଲାଗିବ । ଏହି ଟିମଗୁଡିକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି ।

ପ୍ରଥମ ଗୃପରେ ମୁମ୍ବାଇ ଇଣ୍ଡିଆନସ , ରାଜସ୍ଥାନ ରୟାଲସ୍, କୋଲକାତା ନାଇଟ ରାଇଡର୍ସ, ଦିଲ୍ଲୀ କ୍ୟାପିଟାଲସ୍ ଓ ଲକ୍ଷ୍ନୌ ସୁପର ଜିଆଣ୍ଟ ରହିଥିବାବେଳେ ଦ୍ୱିତୀୟ ଗୃପରେ ସନରାଇଜର୍ସ ହାଇଦ୍ରାବାଦ, ଚେନ୍ନାଇ ସୁପରକିଙ୍ଗସ, ରୟାଲ ଚାଲେଞ୍ଜର୍ସ ବେଙ୍ଗାଳୁରୁ, ପଞ୍ଜାବ କିଙ୍ଗସ ଓ ଗୁଜରାଟ ଟାଇଟନ୍ସ ରହିଛନ୍ତି । ଦେଶର ୧୨ଟି ଷ୍ଟାଡିୟମରେ ୫୨ ଦିନ ପର୍ଯ୍ୟନ୍ତ ମୋଟ ୭୪ଟି ମ୍ୟାଚ ଖେଳାଯିବ ।

ଏଥିମଧ୍ୟରେ ୭୦ଟି ଲିଗ ମ୍ୟାଚ ରହିଥିବା ବେଳେ ସେମିଫାଇନାଲରେ ୩ଟି ଏବଂ ଫାଇନାଲରେ ଗୋଟିଏ ମ୍ୟାଚ ଖେଳାଯିବ । ସେହିପରି ୧୮ଟି ମ୍ୟାଚ ଗୋଟିଏ ଦିନରେ ଦୁଇଟି ଲେଖାଏ କରି ଖେଳାଯିବ । ଆଜି ସନ୍ଧ୍ୟା ସାଢେ ୭ଟାରେ ଅହମ୍ମଦାବାଦରେ ଗୁଜୁରାଟ ଓ ଚେନ୍ନାଇ ମଧ୍ୟରେ ପ୍ରଥମ ମ୍ୟାଚ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com