Featuredଓଡ଼ିଶାରାଜନୀତି

୭୯ ବର୍ଷରେ ପାଦ ଥାପିଲେ ନବୀନ, ଓଡ଼ିଶା ରାଜନୀତିର ଏକ ଅଦ୍ୱିତୀୟ ଅଧ୍ୟାୟ

 

ବିଜେଡି ସୁପ୍ରିମୋ ତଥା ଲୋକପ୍ରିୟ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୭୯ ବର୍ଷ ବୟସରେ ପ୍ରବେଶ କରିଛନ୍ତି । ତାଙ୍କର ରାଜନୈତିକ ଯାତ୍ରା, ଅନେକ ବିଜୟ ଓ ସଫଳତା ଚିର ସ୍ମରଣୀୟ।

ନବୀନ ପଟ୍ଟନାୟକ ଏପରି ଏକ ନାମ ଯାହା ଓଡ଼ିଶାର ପ୍ରତେକ ଜନତାଙ୍କ ପାଇଁ ଆବେଗ ଓ ଗର୍ବର ପ୍ରତୀକ । ଆଜି ମଧ୍ୟ ଓଡ଼ିଶାର କୋଟି କୋଟି ଜନତାଙ୍କ ହୃଦୟରେ ରାଜ କରୁଛନ୍ତି ନବୀନ । ବିଗତ ୨୫ ବର୍ଷ ଧରି ଓଡ଼ିଶାର ଶାସନ ରାଜନୀତିକ ଦୃଶ୍ୟପଟରେ ତାଙ୍କର ଅଦ୍ୱିତୀୟ ଭୂମିକା ଅନୁପମ।

ନବୀନ ପଟ୍ଟନାୟକଙ୍କ ଜନ୍ମ ହୋଇଥିଲା ୧୬ ଅକ୍ଟୋବର ୧୯୪୬ ରେ। ସେ ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଆନ୍ତର୍ଜାତୀୟ ବ୍ୟକ୍ତିତ୍ୱ ବିଜୁ ପଟ୍ଟନାୟକଙ୍କ ପୁଅ। ରାଜନୀତିରେ ପ୍ରସିଦ୍ଧ ଲାଭ କରିଥିବା ନବୀନ ଆଦିରୁ ରାଜନୀତିରେ ଆଗ୍ରହୀ ନ ଥିଲେ। ସେ ଏକ ସାହିତ୍ୟିକ, ଶିଳ୍ପ ଓ ସଂସ୍କୃତି ପ୍ରେମୀ ଭାବରେ ଦିଲ୍ଲୀ ଓ ବିଦେଶରେ ଜୀବନ ଅତିବାହିତ କରୁଥିଲେ।

୧୯୯୭ ମସିହାରେ ବିଜୁ ପଟ୍ଟନାୟକଙ୍କ ପରଲୋକ ପରେ ନବୀନ ରାଜନୀତିରେ ପ୍ରବେଶ କରି ଅସ୍କା ଲୋକସଭା ଉପନିର୍ବାଚନ ରେ ବିଜୟୀ ହେଲେ। ଏହି ଅନୁଭୂତି ତାଙ୍କ ଜୀବନ ପାଇଁ ଏକ ମୋଡ ନେଲା। ସେ ଏହି ଉପଲକ୍ଷେ ବିଜୁ ଜନତା ଦଳ (ବିଜେଡି) ର ସ୍ଥାପନା କଲେ, ଯାହା ଆଜି ଓଡ଼ିଶାର ଅଗ୍ରଣୀ ରାଜନୈତିକ ଦଳ ରୂପେ ପରିଗଣିତ। ଓଡିଶା ରାଜନୀତିରେ ବାଧ୍ୟ ବାଧକତାରେ ଆସିଥିବା ନବୀନ ସମୟ କ୍ରମେ ଓଡ଼ିଶାର ଜନତାଙ୍କ ପାଇଁ ଶିରୋମଣି ହୋଇଥିଲେ । ଓଡିଶାକୁ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବା ସହ ସମଗ୍ର ଦେଶରେ ଅଗ୍ରଣୀ ଏବଂ ସ୍ରେଷ୍ଟ ମୁଖ୍ୟମନ୍ତ୍ରୀ ଭାବେ ନିଜକୁ ପ୍ରତିଷ୍ଠିତ କରିଥିଲେ ନବୀନ ।

ନବୀନ ପଟ୍ଟନାୟକ ୨୦୦୦ ମସିହାରେ ପ୍ରଥମଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଲେ। ସେଠାରୁ ୨୦୧୯ ପର୍ଯ୍ୟନ୍ତ, ସେ ପଞ୍ଚଥର ଲାଗାତାର ମୁଖ୍ୟମନ୍ତ୍ରୀ ହୋଇଥିବା ଦେଶର ଏକମାତ୍ର ନେତା। ବିଜେଡି ତାଙ୍କ ନେତୃତ୍ୱରେ ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ରେ ଧାରାବାହିକ ବିଜୟ ହାସଲ କରିଥିଲା।

ତାଙ୍କର ବିଜୟ ପଛରେ ଅନେକ କାରଣ ରହିଥିଲା ଯେପରିକି ତାଙ୍କର ଜନମୁଖୀ ନୀତି, ସୁଶାସନ ଓ ଦୂର୍ନୀତି ମୁକ୍ତ ପ୍ରଶାସନ, ମହିଳା ସଶକ୍ତିକରଣ, କୃଷକ ଉନ୍ନତି ପାଇଁ କାଳିଆ ଯୋଜନା, ଦୁଃସମୟରେ ଜନତାଙ୍କ ସହିତ ଥିବା ଏକ ନିଷ୍ଠାପର ମୁଖ୍ୟମନ୍ତ୍ରୀ ଭାବେ ନିଜକୁ ପରିଗଣିତ କରିଥିଲେ ନବୀନ । ମହାବାତ୍ୟା ଭଳି ଭୟଙ୍କର ପ୍ରକୃତି ତାଣ୍ଡବର ଛାରଖାରରୁ ଓଡିଶାକୁ ବାହାର କରି ବାତ୍ୟା ପରିଚାଳନାରେ ଓଡ଼ିଶାକୁ ଦେଶର ଏକ ମଡେଲ ରାଜ୍ୟ କରିବାରେ ସକ୍ଷମ ହୋଇଥିଲେ।

ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ଜୀବନ ଅତ୍ୟନ୍ତ ସରଳ। ସେ ବିବାହ କରିନାହାନ୍ତି, ସାଧାରଣ ଜୀବନ ଯାପନ କରନ୍ତି, ଏବଂ ନିଜର ପ୍ରତ୍ୟେକ ମୁହୂର୍ତ୍ତ ଓଡ଼ିଶା ଜନତାଙ୍କ ସେବାକୁ ଉତ୍ସର୍ଗ କରିଛନ୍ତି।

ତାଙ୍କର ଶାନ୍ତ, ନମ୍ର ଏବଂ ସ୍ୱାଭାବିକ ଭାବରେ ଦୃଢ଼ ନେତୃତ୍ୱ ତାଙ୍କୁ ଅନ୍ୟ ରାଜନେତାଙ୍କଠାରୁ ଭିନ୍ନ କରିଥାଏ। ସେ ଅଧିକ ପ୍ରଚାର କିମ୍ବା ରାଜନୈତିକ ଭାଷଣବାଜିରେ ଲିପ୍ତ ହୁଅନ୍ତି ନାହିଁ; ବରଂ, ସେ ତାଙ୍କ କାର୍ଯ୍ୟ ମାଧ୍ୟମରେ ଜନତାଙ୍କ ହୃଦୟ ଜିତି ସମର୍ଥନ ଲାଭ କରିଛନ୍ତି।

ନବୀନ ପଟ୍ଟନାୟକ ଏବେ ୭୯ ବର୍ଷ ବୟସରେ ପହଞ୍ଚିଛନ୍ତି। ସ୍ୱାଭାବିକ ଭାବରେ ପ୍ରଶ୍ନ ଉଠେ: “ତାଙ୍କର ଉତ୍ତରାଧିକାରୀ କିଏ ହେବେ?” କିନ୍ତୁ ନବୀନ ଏହି ପ୍ରଶ୍ନକୁ ଅପରିହାର୍ଯ୍ୟ କରି ଦଳକୁ ଏପରି ଗଠନ କରିଛନ୍ତି ଯେ ନେତୃତ୍ୱ ହେଉଛି ବ୍ୟବସ୍ଥା। ସେ ସର୍ବଦା ବିକାଶ, ସୁଶାସନ ଏବଂ ରାଜ୍ୟର ସ୍ୱାର୍ଥକୁ ପ୍ରାଥମିକତା ଦେଇଛନ୍ତି, ଯାହା ପାଇଁ ସେ ନିରନ୍ତର ଜନସାଧାରଣଙ୍କ ଆଶୀର୍ବାଦ ପାଇ ଆସିଛନ୍ତି।

ନବୀନ ପଟ୍ଟନାୟକଙ୍କ ଜୀବନ ଏବଂ ରାଜନୈତିକ ଯାତ୍ରା ସ୍ପଷ୍ଟ କରେ ଯେ ନେତୃତ୍ୱ କେବଳ କଥାରେ ସୀମିତ ନୁହେଁ, ବରଂ କାର୍ଯ୍ୟ ଏବଂ ନୀତିରେ ମଧ୍ୟ ରହିଥାଏ। ତାଙ୍କର ଅପାର ସହନଶୀଳତା, ଦୃଢ଼ ଦୃଷ୍ଟିକୋଣ ଏବଂ ଲୋକଙ୍କ ପ୍ରତି ସମର୍ପଣ ତାଙ୍କୁ ଦେଶର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରୁ ଜଣେ କରିଛି। ତାଙ୍କର ଅତୁଳନୀୟ ନେତୃତ୍ୱ ଏବଂ ସେବା ମନୋଭାବ ନିଶ୍ଚିତ ଭାବରେ ଓଡ଼ିଶା ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲେଖାଯିବ।

 

 

Related Articles

Back to top button