ଅନ୍ୟାନ୍ୟଦୁର୍ନୀତି

ହଜାରେ କୋଟି ଟଙ୍କା ଠକେଇ।

ଭୁବନେଶ୍ୱର,ଓଡ଼ିଶା ସମେତ ବାହାର ରାଜ୍ୟରେ ବି ବିଛାଇଥିଲା ଠକେଇ ନେଟୱର୍କ । କଟକ ବୈୟାଳିଶ ମୌଜା ଅଞ୍ଚଳର ପ୍ରତାପ ରାଉତକୁ ବାନ୍ଧିଲା  E O W । ଅଧିକ ରିଟର୍ଣ୍ଣ ଲୋଭ ଦେଖାଇ ଲୋକଙ୍କୁ ଲୁଟୁଥିଲା ପ୍ରତାପ । ହେଡଜେକ୍ସ ଫଣ୍ଡ ଏଲଏଲପିରେ ନିବେଶ କଲେ ୧୧ରୁ ୧୮ ପ୍ରତିଶତ ରିଟର୍ଣ୍ଣ ଆସିବାର ପ୍ରତିଶ୍ରୁତି ଦେଇ ଟଙ୍କା ହାତୋଉଥିଲା ।

ନିବେଶକାରୀ ବିଜୟ କୁମାର ପାଣିଗ୍ରାହୀଙ୍କ ଅଭିଯୋଗ ଆଧାରରେ ମାମଲାର ତଦନ୍ତ କରି ପ୍ରତାପକୁ ବାନ୍ଧିଛି ପୋଲିସ।
ଅଭିଯୋଗ ଅନୁସାରେ, ପ୍ରତାପ କଥାରେ ପ୍ରଲୋଭିତ ହୋଇ ୯୨ ଲକ୍ଷରୁ ଅଧିକ ଟଙ୍କା ବିନିଯୋଗ କରିଥିଲେ ବିଜୟ ।

କିନ୍ତୁ କିଛିଦିନ ପରେ କମ୍ପାନୀ ବନ୍ଦ ହୋଇଯାଇଥିଲା । ପ୍ରତାପ ଏକାଧିକ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଟଙ୍କା ସଂଗ୍ରହ କରୁଥିଲା । କମ୍ପାନୀ ବନ୍ଦ ହେବା ପରେ ମଧ୍ୟ ଟଙ୍କା ଫେରାଇବାକୁ ପ୍ରତିଶ୍ରୁତି ଦେଇଥିଲା।

ହେଲେ ପରେ ଆଉ ଧରାଛୁଆଁ ଦେଇନଥିଲା ।

୧୦ ରାଜ୍ୟର ଲୋକଙ୍କଠୁ ପ୍ରାୟ ହଜାରେ କୋଟି ଟଙ୍କା ଲୁଟିଥିବା ସୂଚନା ମିଳିଛି ।  ଓଡ଼ିଶାର ୧୨ ହଜାରରୁ ଅଧିକ ନିବେଶକାରୀ ୧୩୯ କୋଟି ଟଙ୍କା ଠକେଇର ଶିକାର ହୋଇଥିବା ଜଣାପଡ଼ିଛି ।

Related Articles

Back to top button