ଓଡ଼ିଶାରାଜନୀତି

ବିଜେଡିର ସାମ୍ବାଦିକ ସମ୍ମିଳନୀକୁ ବିଜେପିର ଟାର୍ଗେଟ, ରାଜନୀତି ନକରିବାକୁ ଅନୁରୋଧ କଲେ ବିଜେପି ଉପସଭାପତି ଯତୀନ ମହାନ୍ତି

 

ଭୁବନେଶ୍ୱର, ୨୨ ଅକ୍ଟୋମ୍ବର : ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ଘଟଣାରେ ନୂଆ ନୂଆ କଥା ସାମ୍ନାକୁ ଆସୁଛି, ତଦନ୍ତ ପ୍ରକିୟା ସରିନି। ବିଜେଡି ଆଜି ତରବରିଆ ଭାବେ ଏକ ସାମ୍ବାଦିକ ସମ୍ମିଳନୀ କରି ମନ୍ଦିର ଭିତରେ କିଏ ନା ମୁଁ କଦଳୀ ଖଇନି ଏପରି କରିଛି।

ପୀତବାସ ପଣ୍ଡାଙ୍କ ହତ୍ୟା ଘଟଣାକୁ ନେଇ ରାଜନୀତି ନ ହେଉ। ତଦନ୍ତରେ ସମସ୍ତେ ସହଯୋଗ କରିବା ଉଚିତ। ଯେଉଁମାନଙ୍କ ଏହି ଘଟଣାରେ ଅଛନ୍ତି ସେମାନଙ୍କୁ ଧରିବା ସହ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ, ସିଏ ଯିଏ ହେଉ ନା କାହିଁକି, ଯାହାର ସମ୍ପୃକ୍ତି ଅଛି ସେମାନଙ୍କୁ ବି ଛଡ଼ାଯିବନି।

ବିଜେଡିର ସାମ୍ବାଦିକ ସମ୍ମିଳନୀ କେବଳ ପିଲାଳିଆମୀ। ଶବ ଉପରେ ରାଜନୀତି କରୁଛି ବିଜେଡି। ନିଜେ ପୋଲିସ ଓ ନିଜେ ଜର୍ଜ ହୋଇଯାଉଛି ବିଜେଡି। କାହିଁକି ନା ତାଙ୍କ ଦଳର ନେତା କର୍ମୀଙ୍କ ମନୋବଳ ବଢାଇବା ପାଇଁ। ଯାହା ଗ୍ରହଣୀୟ ନୁହେଁ।

୨୪ ବର୍ଷର ସରକାର ଗଞ୍ଜାମକୁ ସେନସେଟିଭ ଜିଲ୍ଲା କରି ରଖିଛି ବୋଲି ସେ ସେନସେଟିଭ ଜିଲ୍ଲା ବୋଲି କହୁଛନ୍ତି। ଆଗରୁ ଯେତେ ଘଟଣା ଘଟିଛି ତାକୁ କିଏ ପ୍ରୋତ୍ସାହନ ଦେଉଥିଲା ବୋଲି ପ୍ରଶ୍ନ କରିଛି ବିଜେପି? ଯେଉଁ ଜିଲ୍ଲାରୁ ଖୋଦ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିନିଧିତ୍ୱ କରୁଥିଲେ।

ଅପରାଧ ଓ ଅପରାଧରେ ରାଜନୀତି କରିବା ଆଗକୁ ବନ୍ଦ ହେବା ଦରକାର ସମସ୍ତେ ସହଯୋଗ କଲେ ଏହା ସମ୍ଭବ ହେବ। କ୍ରିମିନାଲ ମାନଙ୍କୁ ପ୍ରୋଟେକ୍ସନ ଦେବା ଅନୁଚିତ। ତଦନ୍ତ ସରିବା ପର୍ଯ୍ୟନ୍ତ ଓ ଚାର୍ଜସିଟି ଦାଖଲ ହେବା ପର୍ଯ୍ୟନ୍ତ ତଦନ୍ତରେ ସହଯୋଗ କରିବା ସହ ରାଜନୀତି କରିବା ଉଚିତ ନୁହେଁ।

Related Articles

Back to top button