Breaking Newsଓଡ଼ିଶାଜାତୀୟ

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ, ଜନସାଧାରଣ ଆତଙ୍କିତ ହୁଅନ୍ତୁ ନାହିଁ : ସୁରେଶ ପୂଜାରୀ

 

ଭୁବନେଶ୍ୱର, ୨୫ ଅକ୍ଟୋବର : ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପୂର୍ବ ପ୍ରସ୍ତୁତି ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ସ୍ୱତନ୍ତ୍ର ରିଲିଫ୍‌ କମିଶନର ଶ୍ରୀ ଦେଓରଞ୍ଜନ କୁମାର ସିଂ ସମ୍ଭାବ୍ୟ ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକର ଜିଲ୍ଲାପାଳମାନଙ୍କ ସହ ବାତ୍ୟାପୂର୍ବ ପ୍ରସ୍ତୁତି ସମ୍ପର୍କରେ ବିଶଦ ଭାବେ ଆଲୋଚନା କରିଥିଲେ ।

ବୈଠକ ପରେ ରାଜୀବ ଭବନଠାରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ପୂଜାରୀ କହିଲେ ଯେ ଭାରତୀୟ ପାଣିପାଗ କେନ୍ଦ୍ରର ଭାବନେଶ୍ୱରସ୍ଥିତ ଆଞ୍ଚଳିକ ଶାଖାର ସୂଚନା ଅନୁଯାୟୀ ଏବେ ବାତ୍ୟା ଗଭୀର ଅବପାତରେ ପରିଣତ ହୋଇଛି । ଏହାର ତୀବ୍ରତା ବୃଦ୍ଧି ପାଉଥିଲେ ମଧ୍ୟ ଗତିପଥ ସ୍ପଷ୍ଟ ହୋଇପାରିନାହିଁ । ଏହାର ପ୍ରଭାବରେ ଅକେଫାବର ୨୭, ୨୮ ଓ ୨୯ ତାରିଖ ବେଳକୁ ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ । ଏଥିରେ ରାଜ୍ୟର ୧୫ଟି ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି । ଅତୀତର ଅନୁଭବ ଓ ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ସରକାର ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ।

ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍‌ ଓ ଅଗ୍ନିଶମ ବାହିନୀକୁ ସଜାଗ ରଖାଯାଇଛି । ସରକାର କୃଷି, ଜଳସମ୍ପଦ, ଶକ୍ତି, ପଞ୍ଚାୟତିରାଜ, ସ୍ୱାସ୍ଥ୍ୟ, ସମବାୟ, ଗ୍ରାମ୍ୟ ଉନ୍ନୟନ, ପ୍ରାଣୀସମ୍ପଦ ବିଭାଗ ସହ ସମନ୍ୱୟ ରକ୍ଷା କରି ପ୍ରସ୍ତୁତି ଜାରି ରଖିଛନ୍ତି । ରାଜ୍ୟର ତଳିଆ ଓ ଜଳମଗ୍ନ ଅଞ୍ଚଳଗୁଡ଼ିକୁ ଚିହ୍ନଟ କରାଯାଇଛି । ବାତ୍ୟା ଆଶ୍ରୟସ୍ଥଳଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି । ସେଠାରେ ଖାଦ୍ୟପଦାର୍ଥ, ପାନୀୟ ଜଳ, ଗୋଖାଦ୍ୟ, ଆବଶ୍ୟକୀୟ ଔଷଧ ଇତ୍ୟାଦିର ବ୍ୟବସ୍ଥା କରାଯାଇଛି । ଆବଶ୍ୟକ ପଡ଼ିଲେ ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ କରାଯିବ ।

ମନ୍ତ୍ରୀ ଶ୍ରୀ ପୂଜାରୀ ପୁଣି କହିଛନ୍ତି ଯେ ସରକାର ଧନଜୀବନ ରକ୍ଷା ସହ ସମ୍ପତ୍ତିର ସୁରକ୍ଷା ପ୍ରତି ସ୍ୱତନ୍ତ୍ର ଭାବେ ଧ୍ୟାନ ଦେଉଛନ୍ତି । ଏବେ ଭୂÕଳନ ଓ ସହରୀ ବନ୍ୟା ଉପରେ ମଧ୍ୟ ସତର୍କ ଦୃଷ୍ଟି ରଖାଯାଇଛି । ଆଗରୁ ଆଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଜନସାଧାରଣଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରାଯାଇଛି । ସରକାରଙ୍କ ସହ ନିୟମିତ ସମ୍ପର୍କରେ ରହିବା ସହ ଆତଙ୍କିତ ନହେବାକୁ ମନ୍ତ୍ରୀ ଶ୍ରୀ ପୂଜାରୀ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ।

ଏହି ଅବସରରେ ସ୍ୱତନ୍ତ୍ର ରିଲିଫ୍‌ କମିଶନର ଶ୍ରୀ ସିଂ କହିଲେ ଯେ ଜନସାଧାରଣ ସରକାରଙ୍କ ଦ୍ୱାରା ବାତ୍ୟା ସମ୍ପର୍କିତ ସୂଚନାକୁ ଗୁରୁତ୍ୱ ଦିଅନ୍ତୁ । ଅଯଥାରେ ଆତଙ୍କିତ ନହେବାକୁ ଅନୁରୋଧ କରିବା ସହ ସରକାର ନିରନ୍ତର ବାତ୍ୟା ସମ୍ପର୍କିତ ସୂଚନା ଜାରି କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିଥିବା ସେ ପ୍ରକାଶ କରିଛନ୍ତି ।

Related Articles

Back to top button