Breaking Newsମୌସୁମୀ

ଆସନ୍ତାକାଲି ସକାଳୁ ବାତ୍ୟା

ଭୁବନେଶ୍ୱର ,କାକିନାଡା ଠାରୁ ୮୯୦ କିଲୋମିଟରରେ କେନ୍ଦ୍ରୀଭୂତ ହୋଇଛି ବାତ୍ୟା ମୋନ୍ଥା । ଆଉ ଗୋପାଳପୁର ଠାରୁ ୯୭୦ କିଲୋମିଟର ଦୁରରେ ରହିଛି । ଆଜି ଗଭୀର ଅବପାତ ରୁପ ନେବା ପରେ ଆସନ୍ତାକାଲି ସକାଳୁ ବାତ୍ୟା ଭୀଷଣ ହେବାର ସମ୍ଭାବନା ରହୁଛି । ଲୋକଙ୍କୁ ଭୟଭୀତ ନହୋଇ ସତର୍କ ରହିବାକୁ କୁହାଯାଇଛି ।

ଆନ୍ଧ୍ରରେ ଏହାର ପ୍ରକୋପ ଅଧିକ ରହିବାକୁ ଥିବା ବେଳେ ଅବପାତ ହେବା ପରେ ଏହାର ପ୍ରଭାବରେ ଓଡିଶାର କିଛି ସ୍ଥାନରେ ଭୀଷଣ ବର୍ଷା ଲାଗି ରହିବ।

ସ୍ଥଳଭାଗ ଛୁଇଁବା ବେଳେ ଏହା ଭୀଷଣ ବାତ୍ୟାର ରୁପ ନେବ । ତେବେ ସୁରକ୍ଷାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବିଙ୍କୁ ସମୁଦ୍ର ମଧ୍ୟକୁ ଯିବା ପାଇଁ ମନା କରାଯାଇଛି ।

ସୁରକ୍ଷାକୁ ଦୃଷ୍ଟିରେ ରଖି ପୁରୀ ସମୁଦ୍ର କୁଳକୁ ଯିବା ପାଇଁ ଲୋକଙ୍କୁ ମନା କରାଯାଇଛି । ୩ ଦିନ ପର‌୍ୟନ୍ତ ପୁରୀ ସମୁଦ୍ରରେ ଗାଧୋଇବା କିମ୍ବା ପ୍ରବେଶ କରିବା ଉପରେ ନିଷେଧ ଲଗାଯାଇଛି ।

ଯଦି କେହି କଥା ନମାନ୍ତି ତାଙ୍କ ବିରୋଧରେ ଦୃଢ କାର‌୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ କହିଛି ।  ଅନ୍ୟପଟେ ୭ ଟି ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଅକ୍ଟୋବର ୨୮ରେ ଏହା ଉପକୂଳ ଅତିକ୍ରମ କରବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏହାର ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡିଶାରେ ବର୍ଷା ଲାଗି ରହିବ ।

Related Articles

Back to top button