
ଭୁବନେଶ୍ୱର ,ବାରଣ କରିବା ସତ୍ବେ ମଧ୍ୟ ବାଣ ଫୁଟାଇ ରିଲ୍ସ ପୋଷ୍ଟ କଲେ ।ସିଙ୍ଗାପୁରର କଡା କଟକଣାରେ,ଫସିଲେ ଜଣେ ଭାରତୀୟ ।
ଶେଷରେ କଠୋର ପଦକ୍ଷେପ ନେଲେ ସିଙ୍ଗାପୁର ସରକାର । ଏବେ ଜେଲରେ ରହିବେ ୫ ବର୍ଷ । ଏହା ସାଙ୍ଗକୁ ଦେବେ ଲକ୍ଷ ଲକ୍ଷ ଟଙ୍କା ଜୋରିମାନା । ନିଜ କୁବୁଦ୍ଧିରୁ ଫସିଲେ ଭାରତୀୟ ।
ସିଙ୍ଗାପୁରରେ ରହୁଥିବା ଜଣେ ୩୯ ବର୍ଷୀୟ ଭାରତୀୟଙ୍କୁ କଡା ସଜା ଶୁଣା ଯାଇଛି ।
ବାୟୁମଣ୍ଡଳ ପ୍ରଦୂଷଣକୁ ନଜରରେ ରଖି ସିଙ୍ଗାପୁରରେ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା ।
ଯୁବକ ଜଣଙ୍କୁ କଡା ସଜା ମିଳିଛି । ତାଙ୍କୁ ୫ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯିବା ସହିତ ୬୭ ଲକ୍ଷ ଫାଇନ ଭରିବା ପାଇଁ କୁହାଯାଇଛି ।ଏହା ପରେ ଅନେକ ଲୋକ କହିଛନ୍ତି କି ଏପରି ନିୟମ କଡା କରାଗଲେ ଲୋକ ସମସ୍ତ ନିୟମକୁ ମାନିବେ ।




