ଅନ୍ୟାନ୍ୟ

ଡାକୋଟାକୁ ସର୍ବ ସାଧାରଣଙ୍କ ଉଦ୍ଦେଶ୍ୟରେ ସମର୍ପିତ କଲେ ନବୀନ

ଭୁବନେଶ୍ୱର, ୦୫/ ୦୩/ ୨୦୨୩ –    ବିଜୁ ବାବୁଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱର ଆନ୍ତ୍ରର୍ଜାତୀୟ ବିମାନ ବନ୍ଦରରେ ଲୋକାର୍ପିତ ହୋଇଛି ଡାକୋଟା । ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ବାବୁଙ୍କ ପ୍ରିୟ ଡାକୋଟା ବିମାନକୁ ସର୍ବ ସାଧାରଣଙ୍କ ଉଦ୍ଦେଶ୍ୟରେ ସମର୍ପିତ କରଛନ୍ତି । ଆଜିଠାରୁ ଏହି ବିମାନକୁ ଅତିପାଖରୁ ଲୋକମାନେ ଦେଖିପାରିବେ ।

ଏହି ବିମାନ ଲୋକାର୍ପଣ ହେବାପରେ ବିଜୁବାବୁଙ୍କ ବୀରତ୍ୱ ଏବଂ ଡାକୋଟା ବିଷୟରେ ସାଧାରଣ ଲୋକଙ୍କ ସମେତ ଛାତ୍ରଛାତ୍ରୀମାନେ ଅଧିକ ଜାଣିପାରିବେ ବୋଲି ଆଶା ରଖାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦୁଇ ଏରୋନେଟିକ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।

କୋଲକାତାରେ ଅବହେଳିତ ଅବସ୍ଥାରେ ଏହି ବିମାନ ପଡିଥିବାବେଳେ ସେଠାରୁ ଭୁବନେଶ୍ୱର ଅଣା ଯାଇଥିଲା । ମାତ୍ର ଏକ ମାସରେ ଏହାକୁ ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କରାଯାଇ ଆଜି ଲୋକାର୍ପିତ କରାଯାଇଛିଥିଲା । ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଟୁକୁନୀ ସାହୁ, ମେୟର ସୁଲୋଚନା ଦାଶ, ପୋଲିସ ଡିଜି ସୁନିଲ ବଂଶଲଙ୍କ ସମେତ , ଏରୋନେଟିକ ଇଞ୍ଜିନିୟରିଂର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com