ଓଡ଼ିଶାରାଜନୀତି

ସମରସିଂହ ପଞ୍ଚାୟତରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀଙ୍କୁ ଭବ୍ୟ ସ୍ୱାଗତ କାର୍ଯ୍ୟକ୍ରମ

ଆମେ ମିଳିମିଶି ନୂଆପଡ଼ାକୁ ଶ୍ରେଷ୍ଠ ଜିଲ୍ଲା କରିବା: ସ୍ନେହାଙ୍ଗିନୀ ଛୁରିଆ

ନୂଆପଡା, ୨୭/୧୦/୨୫ :ନୂଆପଡ଼ା ଉପନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ସବୁଆଡୁ ମିଳୁଛି ଅକୁଣ୍ଠ ସମର୍ଥନ । ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାମକୁ ନୂଆପଡ଼ାବାସୀ ଦେଉଛନ୍ତି ସ୍ୱୀକୃତି । ରବିବାର ପୂର୍ବାହ୍ନରେ କୋମନା ବ୍ଲକ ଅନ୍ତର୍ଗତ ସମରସିଂହ ଗ୍ରାମପଞ୍ଚାୟତର ଜନସାଧାରଣ ବେଶ ଉତ୍ସାହର ସହ ବିଜେଡି ପ୍ରାର୍ଥୀ ଶ୍ରୀମତୀ ଛୁରିଆଙ୍କୁ ସ୍ୱାଗତ କରି ବିଜେଡି ପ୍ରତି ଥିବା ଅନୁରକ୍ତି ପ୍ରକାଶ କରିଥିଲେ । ଫୁଲମାଳ ପକାଇ ପାରମ୍ପରିକ ନୃତ୍ୟର ତାଳେ ତାଳେ ସ୍ଥାନୀୟ ଅଞ୍ଚଳର ଯୁବଗୋଷ୍ଠୀ, ମହିଳା, ଗୁରୁଜନ, କୃଷକ, ଦଳୀୟ କର୍ମକର୍ତ୍ତା ଶ୍ରୀମତୀ ଛୁରିଆଙ୍କୁ ସମ୍ୱର୍ଦ୍ଧନା ଜଣାଇ ପାଛୋଟି ନେଇଥିଲେ ।

ଆଜି ଆୟୋଜିତ ବିଜେଡିର ପ୍ରଚାର ଶୋଭାଯାତ୍ରାରେ ବିପୁଳ ଜନସମାଗମ ସମସ୍ତଙ୍କର ଉତ୍ସାହ ବୃଦ୍ଧି କରିଥିଲା । ସବୁ ରହଣି ସମୟରେ ଲୋକଙ୍କ ଭିଡ, ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ପ୍ରତି ବର୍ଦ୍ଧିତ ସମର୍ଥନ ଓ ବିଜେଡିର ଲୋକପ୍ରିୟତା ପ୍ରତିପାଦିତ କରୁଥିଲା । ଏହି ଅବସରରେ ଶ୍ରୀମତୀ ଛୁରିଆ ଜନସାଧାରଣଙ୍କୁ ସମ୍ୱୋଧିତ କରି କହିଥିଲେ ଯେ, ନବୀନ ସରକାର ଅମଳରେ ଯାହା ସବୁ ବିକାଶ ମୂଳକ କାମ ହୋଇଛି ତାକୁ ଆମେ ସମସ୍ତେ ଆଗକୁ ନେବା । ନୂଆପଡ଼ାର ସର୍ବାଙ୍ଗୀନ ବିକାଶ ପାଇଁ ମୁଁ ସଂଗ୍ରାମ ଜାରି ରଖିବି । ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସର୍ବଦା ଆଦର୍ଶଗତ ରାଜନୀତିକୁ ପ୍ରାଧାନ୍ୟ ଦେଇଛନ୍ତି । ତାଙ୍କରି ନିଦେ୍ର୍ଦଶରେ ନୂଆପଡ଼ାର ଜନସାଧାରଣଙ୍କ ଉନ୍ନତି ପାଇଁ ଲଢେଇ କରିବାରେ ମୁଁ ଅବହେଳା କରିବି ନାହିଁ । ପୂର୍ବଭଳି ଶଙ୍ଖ ଚିହ୍ନକୁ ପୁନଃ ଆଶୀର୍ବାଦ ଦିଅନ୍ତୁ । ଗ୍ରାମ୍ୟ ଭିତ୍ତିଭୂମିର ବିକାଶ ଠାରୁ ଆରମ୍ଭ କରି ମହିଳା ସଶକ୍ତିକରଣ, ଜୀବନ ଜୀବିକା, ଶିକ୍ଷା, କୃଷି ସବୁ କ୍ଷେତ୍ରରେ ଆମ ନୂଆପଡ଼ା ଆହୁରି ଆଗକୁ ଯିବ । ମୁଁ ନିଜେ ପ୍ରତ୍ୟେକ ପରିବାର ପାଖକୁ ଯିବି, ଲୋକଙ୍କ ସମସ୍ୟା ଶୁଣିବି ବୋଲି ଶ୍ରୀମତୀ ଛୁରିଆ ପ୍ରତିଶ୍ରୁତି ଦେଇଥିଲେ । ଏଥିସହ ମିଶନ ଶକ୍ତି ଏବଂ ଅନେକ ସ୍ୱାବଲମ୍ୱୀ ଯୋଜନାରେ ଭାଗ ନେବା ପାଇଁ ଉପସ୍ଥିତ ମହିଳା ଓ ଯୁବ ସମାଜକୁ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ସମରସିଂହ ପଞ୍ଚାୟତର ବାସିନ୍ଦା ଦୁଇ ଦଶନ୍ଧି ଧରି ବିଜେଡି ସରକାରଙ୍କ ଲୋକପ୍ରିୟ କାର୍ଯ୍ୟ ପାଇଁ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ପ୍ରତି ଅଭାର ବ୍ୟକ୍ତ କରିବା ସହ ଶ୍ରୀମତୀ ଛୁରିଆଙ୍କ ପାର୍ଥିତ୍ୱକୁ ସ୍ୱୀକୃତି ଦେଇଥିଲେ । ବିଜେଡିର ଏହି ପ୍ରଚାର ଶୋଭାଯାତ୍ରାରେ ନୂଆପଡ଼ା ଜିଲ୍ଲା ସଭାପତି ଶ୍ରୀ ଅବନୀ ରଞ୍ଜନ ଯୋଶୀ, ଭୁବନେଶ୍ୱର (ଉତ୍ତର) ବିଧାୟକ ଶ୍ରୀ ସୁଶାନ୍ତ ରାଉତ ସାମିଲ ହୋଇଥିଲେ ।

Related Articles

Back to top button