
ଭୁବନେଶ୍ୱର ତା-୨୭/୧୦/୨୦୨୫ : ଅଧିକ ବର୍ଷା ଥିବାରୁ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା | ସୂଚନା ଦେଲେ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ | ଗଜପତି ଜିଲ୍ଲାରେ ୩/୪ଟି ବ୍ଲକ୍ରେ ଭୂସ୍ଖଳନ ଆଶଙ୍କା | ରାୟଗଡ଼ା, ମାଲକାନଗିରିରେ ମଧ୍ୟ ଭୂସ୍ଖଳନ ଆଶଙ୍କା ରହିଛି | ପାହାଡ଼ ପାଦ ଦେଶରେ ଥିବା ଲୋକେ ଆଶ୍ରୟସ୍ଥଳକୁ ଯିବା ଲାଗି ଦିଆଯିଛି ନିର୍ଦ୍ଧେଶ | ମାଟି ଓଦା ଥିବାରୁ ଅଧିକ ବର୍ଷା ହେଲେ ମାଟି ଧସିବାର ସମ୍ଭାବନା ରହିଛି | ‘ଆମ ପାଇଁ ଏଥର ପବନ ଅପେକ୍ଷା ବର୍ଷା ଅଧିକ ଚ୍ୟାଲେଞ୍ଜ୍’ ବୋଲି କହିଛନ୍ତି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ | ୧୩୦ଟି ଟିମ୍ ପ୍ରସ୍ତୁତ ହୋଇ ରହିଛି | ପରିସ୍ଥିତିକୁ ମୁକାବିଲା କରିବା ଲାଗି ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି |




