ଓଡ଼ିଶା

ନୟାଗଡ଼ରେ ଚାଲିଛି ଦ୍ବିତୀୟ ପର୍ଯ୍ୟ।ୟ ଭୋଟ ଗଣତି ପ୍ରକ୍ରିୟା

ନୟାଗଡ଼() ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟ।ୟ ଭୋଟଗଣତି ଆଜି ନୟାଗଡ ଜିଲ୍ଲାରେ ଆରମ୍ଭ ହୋଇସାରିଛି । ଆଜି ଜିଲ୍ଲାର ୭ଟି ବ୍ଲକରେ ୭ଟି ଜିଲ୍ଲାପରିଷଦ ଓ ୫୯ଟି ପଞ୍ଚାୟତର ଭୋଟଗଣତି ଚାଲିଛି । ପ୍ରଥମ ରାଉଣ୍ଡ ସୁଦ୍ଧା କେବଳ ଖଣ୍ଡପଡା ବ୍ଲକର ୬ନମ୍ବର ଜୋନରେ ସ୍ଵାଧୀନ ପ୍ରାର୍ଥୀ ଆଗରେ ଥିବାବେଳେ ଅନ୍ୟ ୬ଟି ଜୋନରେ ବିଜେଡି ଆଗରେ ଅଛି ।
ଗତକାଲି ଗଣତି ହୋଇଥିବା ୮ଟି ଜୋନରେ ବିଜେଡି ବାଜିମାତ୍ କରିଛି । ଗତକାଲିର ନିର୍ବ।ଚନ ଫଳ ଅନୂଯାୟୀ ବିଜେପି ଦ୍ବିତୀୟ ସ୍ଥାନରେ ଥିବାବେଳେ କଂଗ୍ରେସ ତୃତୀୟ ସ୍ଥାନରେ ରହିଛି । ଆଜି ଗଣତି ହେଉଥିବା ୭ଟି ଜୋନ ମଧ୍ୟରୁ ଗତ ନିର୍ବ।ଚନରେ ଗୋଟିଏ ବିଜେପି ଏବଂ ଗୋଟିଏ ସ୍ଵାଧୀନ ପାଇଥିବାବେଳେ ୫ଟି ବିଜେଡି ନେଇଥିଲା । ଆଜି ବିଜେପି ସେହି ଆସନକୁ ନିଜ ଅକ୍ତିଆରରେ ରଖୁଛି ନା ବିଫଳ ହେଉଛି ତାହା ଗଣତି ପରେ ଜଣାପଡିବ । ୬ନମ୍ବର ଜୋନରେ ଗତଥର ପରି ଏଥର ମଧ୍ୟ ସ୍ଵାଧୀନ ପ୍ରାର୍ଥୀ ପ୍ରଥମ ରାଉଣ୍ଡ ସୁଦ୍ଧା ଆଗରେ ରହିଥିବା ଜଣାପଡିଛି । ଗତକାଲିର ଫଳାଫଳ ଏବଂ ଆଜିର ଟ୍ରେଣ୍ଡକୁ ଦେଖି କଂଗ୍ରେସ ଉପରକୁ ହାତ ଟେକି ଦେଇଥିବାବେଳେ ପରାଜୟ ପାଇଁ ନିଜକୁ ଦାୟୀ କରିଛି । ସେହିପରି ବିଜେପି କଡ଼ା ଟକ୍କର ହେଉଛି ବୋଲି କହିଥିଲେ ମଧ୍ୟ ଦଳୀୟ ପ୍ରାର୍ଥୀ ଭଗବାନଙ୍କୁ ଭରସା କଲେଣି । ତେବେ ଟଙ୍କା ଏବଂ ବାହୁବଳ ଯୋଗୁ ବିଜେଡି ଆଗକୁ ଯାଉଛି ବୋଲି ବିରୋଧି ଦଳ ଅଭିଯୋଗ କରିଛି । ସେପଟେ ସରକାରଙ୍କ ଲୋକହିତକର ଯୋଜନା ଏବଂ ନବୀନଙ୍କ ଲୋକପ୍ରିୟତା ପାଇଁ ଲୋକମାନେ ଦଳକୁ ଭୋଟ ଦେଉଥିବା ବିଜୟୀ ପ୍ରାର୍ଥୀ କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com