ଅନ୍ତର୍ଜାତୀୟଅନ୍ୟାନ୍ୟ

ଲଟେରୀ ଜିତିବା ପରେ ଅତ୍ଯନ୍ତ ଖୁସି

 ଭୁବନେଶ୍ୱର ,ଆରବ ଏମିରେଟ୍ସ  ରେ ରହୁଥିବା, ଜଣେ ଭାରତୀୟ ବ୍ୟକ୍ତିଙ୍କ ପାଇଁ ଏହି ସ୍ୱପ୍ନ ବାସ୍ତବରେ ପରିଣତ ହୋଇଛି । ଗୋଟିଏ ଫୋନ କଲ ଆସିବା ପରେ ଆଖି ପିଛୁଳାକେ ସେ କୋଟିପତି ହୋଇଯାଇଥିଲେ ।ଯଦି ଆପଣଙ୍କୁ ଏକ ଫୋନ କଲ ଆସେ ଓ କୁହାଯାଏ କି ତୁମକୁ କୋଟିଏ ଟଙ୍କା କ୍ୟାସ ପ୍ରାଇଜ ମିଳିବ ।

ତେବେ ନିଶ୍ଚିନ୍ତ ଏହା ତୁମକୁ ଆଶ୍ଚର୍ଯ୍ଯ କରିଦେବ ଓ ଏହା ସ୍ବପ୍ନ ପରି ମନେ ହେବ । ତେବେ ଠିକ ଏହି ପରି କିଛି ଜଣେ ବ୍ଯକ୍ତିଙ୍କ ସହ ହୋଇଛି ।

ଏହାକୁ UAE ର ସବୁଠାରୁ ବଡ ପୁରସ୍କାର ରାଶି କୁହାଯାଏ ଏବଂ ଏହା ଜିତିବା ପ୍ରାୟ ସମସ୍ତଙ୍କ ଭାଗ୍ଯରେ ନଥାଏ । ତେବେ ଏହି ବିଜେତାଙ୍କୁ ଫୋନ କଲ ମାଧ୍ୟମରେ ଏହା ବାବଦରେ ସୂଚନା ଦିଆଯାଏ, ଏହାସହ ସାରା ଦେଶରେ ଏହି ଖବର ପ୍ରସାରଣ କରାଯାଏ ।

ଲଟେରୀ ଜିତିବା ପରେ ସେ ଅତ୍ଯନ୍ତ ଖୁସି ହୋଇଥିଲେ ସତ ମାତ୍ର ପ୍ରଥମେ ସେ ଏହି କଥାକୁ ଆଦୌ ବିଶ୍ବାସ କରିନଥିଲେ । ଅନିଲକୁମାର ଗଣମାଧ୍ୟମକୁ କହିଥିଲେ, “ଯେତେବେଳେ ମୁଁ ଫୋନ୍ ପାଇଲି, ମୁଁ ଭାବିଲି କେହି ମଜା କରୁଛି।

ଆଉ ସତ ନା ମିଛ କହୁଛନ୍ତି ବାରମ୍ବାର ପଚାରିଲି । ଯେତେବେଳେ ମୁଁ ସତ୍ୟ ଜାଣିଲି, ବହୁତ ଖୁସି ଲାଗିଥିଲା। ମୁଁ କେବେ ସ୍ବପ୍ନ ରେ ଭାବିନଥିଲି କି ଏଥିରେ ମୁଁ ବିଜୟୀ ହେବି ହଁ କେବଳ ସେମିତି ଲଟେରୀ କାଟି ଦେଇଥିଲେ । ମୁଁ ଏବେ ବି ଏଥିରେ ଜିତିଥିବା କଥାକୁ ସହଜରେ ଗ୍ରହଣ କରିପାରୁନାହିଁ ”

ଅନିଲ କୁମାର ଜଣେ ଭରତୀୟ ବାସିନ୍ଦା । ମାତ୍ର ସେ କାମ ପାଇଁ ଆବୁଧାବିରେ ରହିଛନ୍ତି । ସେ କେବେ କେବେ ଲଟେରୀ ଟିକେଟ କିଣନ୍ତି ।

ମାତ୍ର ଏମିତି ବିଜେତା ହେବେ ବୋଲି କେବେ ଭାବି ନଥିଲେ । ଏହି ଟଙ୍କାରେ ସେ ଏକ ବିଜନେସ ଆରମ୍ଭ କରିବା ସହ  ବାକି ପଇସା ପରିବାର ଲୋକଙ୍କୁ ଦେବେ ବୋଲି କହିଛନ୍ତି ।

Related Articles

Back to top button