
ଭୁବନେଶ୍ୱର,ଆମେ ଆପଣଙ୍କୁ ଏପରି ଫଳ ବିଷୟରେ କହିବାକୁ ଯାଉଛୁ ଯାହା କର୍କଟ ବା କ୍ୟାନ୍ସର ରୋଗର ଆଶଙ୍କା କମାଇବାରେ ସାହାଯ୍ୟ କରେ।ପରିବର୍ତ୍ତିତ ଜୀବନଶୈଳୀ ଏବଂ ଖରାପ ଖାଦ୍ୟପେୟ ଯୋଗୁଁ, କର୍କଟ ଭଳି ଜୀବନଘାତକ ରୋଗ ସାଧାରଣ ହୋଇଯାଇଛି। ଏହା ଏକ ରୋଗ ଯାହା ସହଜରେ ଭଲ ହୋଇପାରୁନାହିଁ। ଥରେ କେହି ଏହି ରୋଗରେ ଆକ୍ରାନ୍ତ ହେଲେ, ରୋଗୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ତଥାପି, ଏକ ସୁସ୍ଥ ଖାଦ୍ୟ ଆପଣଙ୍କୁ ଯେକୌଣସି ରୋଗ ସହିତ ଲଢ଼ିବାରେ ସାହାଯ୍ୟ କରେ।
ଯଦି ଆପଣ ମଧ୍ୟ ଏହି ଗମ୍ଭୀର ରୋଗରୁ ରକ୍ଷା ପାଇବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ଏକ ସୁସ୍ଥ ଖାଦ୍ୟ ଖାଇବା ଉଚିତ। ଆପଣଙ୍କୁ ଆପଣଙ୍କ ଖାଦ୍ୟରେ କିଛି ଫଳ ମଧ୍ୟ ସାମିଲ କରିବା ଉଚିତ ଯାହା କର୍କଟ ରୋଗ ସହିତ ଲଢ଼ିବାରେ ସକ୍ଷମ। ପ୍ରତ୍ୟକ ଦିନ ଗୋଟିଏ ସେଓ ଖାଇବା ଦ୍ବାରା କ୍ୟାନସରର ଆଶଙ୍କା ହ୍ରାସ ହୋଇଥାଏ।
ସେଓରେ ଫାଇବର, ଭିଟାମିନ ସି, ଆଣ୍ଟି -ଇନଫ୍ଲାମେଣ୍ଟାରୀ ଏବଂ ବିଭିନ୍ନ ଆଣ୍ଟିଅକ୍ସିଡାଣ୍ଟ ଥାଏ। ଏଥିରେ ଥିବା ଫାଇବର ପାଚନ କ୍ରିୟାକୁ ଉନ୍ନତ କରିବାରେ ସାହାଯ୍ୟ କରେ। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରେ। ପ୍ରତିଦିନ ଗୋଟିଏ ଲେଖାଏଁ ସେଓ ଖାଇବା ଦ୍ୱାରା କର୍କଟ ରୋଗର ଆଶଙ୍କା କମ ହୋଇପାରେ। ଏବଂ ଏହା କ୍ୟାନସର ସେଲ୍ ସହିତ ଲଢିବାରେ ଶକ୍ତି ଯୋଗାଏ।
ଡାଳିମ୍ବ ଏକ କର୍କଟ ରୋଗ ବିରୋଧୀ ଫଳ। ଏହା ଆଣ୍ଟିଅକ୍ସିଡାଣ୍ଟ ଗୁଣରେ ଭରପୂର। କର୍କଟ ରୋଗ ଭଳି ମାରାତ୍ମକ ରୋଗକୁ ରୋକିବା ପାଇଁ, ଆପଣ ଆପଣଙ୍କ ଦୈନନ୍ଦିନ ଖାଦ୍ୟରେ ଡାଳିମ୍ବ କିମ୍ବା ଏହାର ରସ ସାମିଲ କରିପାରିବେ। ଏହା କର୍କଟ ରୋଗର ଆଶଙ୍କା କମାଇଥାଏ।
କିୱିରେ ଭିଟାମିନ ସି, କେ ଏବଂ ଫାଇବର ଥାଏ। ଏହା ଏକ ସୁସ୍ଥ ପାଚନ ପ୍ରଣାଳୀ ବଜାୟ ରଖିବାରେ ସାହାଯ୍ୟ କରେ ଏବଂ ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରେ, ଯାହା ଦ୍ଵାରା କର୍କଟ ରୋଗର ଆଶଙ୍କା ହ୍ରାସ ପାଏ।




