
ଭୁବନେଶ୍ୱର, ନପଙ୍ଗ ପଞ୍ଚାୟତ ଇଟୁଆ କୋରକର ଗାଁର ରବୀନ୍ଦ୍ର ତ୍ରିପାଠୀ ଜମି କିଣିବା ନିମନ୍ତେ ଟାଙ୍ଗୀ S B I ବ୍ୟାଙ୍କରୁ,୧୦ ଲକ୍ଷ ଟଙ୍କା ଉଠାଇ ଘରକୁ ଆସିଥିଲେ ।
ଘର ବାହାରକୁ ଆସିବା ସମୟରେ ତାଙ୍କ ଘର ସାମ୍ନାରୁ ସ୍କୁଟି ଡିକି ତାଡି କେହି ୧୦ ଲକ୍ଷ ଟଙ୍କା ନେଇଯାଉଥିବା ଦେଖିବାକୁ ପାଇଥିଲେ।
ଗାଡ଼ି ଘର ଆଗରେ ରଖି ଘର ଭିତରକୁ ଯାଇଥିଲେ ।
ଦୁଇଟି ବାଇକରେ ୪ଜଣ ଆସି ଏହି ଲୁଟ କରିଥିବା ଅଭିଯୋଗକାରୀ କହିଛନ୍ତି ।
ଏନେଇ ଟାଙ୍ଗୀ ଥାନାରେ ଅଭିଯୋଗ ପରେ ପୋଲିସ ସିସିଟିଭିଠାରୁ ଆରମ୍ଭ କରି ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି ।




