ନିର୍ବାଚନରାଜନୀତି

ସାଙ୍ଘାତିକ ଅଭିଯୋଗ ଆଣିଲେ ରାହୁଲ ଗାନ୍ଧୀ ।

ଭୁବନେଶ୍ୱର,କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଭୋଟ ଚୋରି ପ୍ରସଙ୍ଗରେ ପୁଣି ଥରେ ନିର୍ବାଚନ କମିଶନଙ୍କୁ ଆକ୍ରମଣ କରିଛନ୍ତି। ସେ ବୁଧବାର ଅର୍ଥାତ୍ (୫ ନଭେମ୍ବର) ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ହରିୟାଣା ବିଧାନସଭା ନିର୍ବାଚନ ସମୟରେ ଜାଲିଆତି ହୋଇଥିଲା।

ରାହୁଲ ଅଭିଯୋଗ କରିଥିଲେ ଯେ, ଜଣେ ବ୍ରାଜିଲିୟନ ମଡେଲଙ୍କ ଫଟୋ ଭୋଟର ତାଲିକାରେ ଥିଲା, ଯାହାର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ନାମ ଥିଲା।

ସେ ହରିୟାଣାର 10 ଟି ବୁଥରେ 22 ଥର ଭୋଟ ଦେଇଥିଲେ। କଂଗ୍ରେସ ସାଂସଦ କହିଛନ୍ତି ଯେ, ନିର୍ବାଚନ କମିଶନଙ୍କ ବିରୁଦ୍ଧରେ ଜାଲିଆତିର ଦୃଢ଼ ପ୍ରମାଣ ତାଙ୍କ ପାଖରେ ଅଛି।

ସାମ୍ବାଦିକ ସମ୍ମିଳନୀ ସମୟରେ ଭୋଟର ତାଲିକାର ଏକ ଫଟୋ ଦେଖାଇ ରାହୁଲ କହିଥିଲେ, “ଏହା ହରିୟାଣାର ଭୋଟର ତାଲିକା। ଏହା ଦୁଇଟି ମତଦାନ କେନ୍ଦ୍ରର ତାଲିକା।

ଜଣେ ମହିଳା ଦୁଇଟି ମତଦାନ କେନ୍ଦ୍ରରେ ୨୨୩ ଥର ଭୋଟ ଦେଇଛନ୍ତି। ନିର୍ବାଚନ କମିଶନ ଆମକୁ କହିବା ଉଚିତ ଯେ ଏହି ମହିଳା କେତେ ଥର ଭୋଟ ଦେଇଛନ୍ତି।”

Related Articles

Back to top button