
ଭୁବନେଶ୍ୱର ,ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ରୋଡ୍ସ, କଂଗ୍ରେସ ସମାବେଶ।
ଏହି ପରିପ୍ରେକ୍ଷୀରେ, ସମାବେଶର ଉଦଘାଟନ କରିବା ସହ, ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିବା ପାଇଁ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ ଓଡିଶା ଆସିଛନ୍ତି।
ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଅନେକ ନେତାବୃନ୍ଦ ଉପସ୍ଥିତ ରହିବେ।
୮୪ ତମ ରୋଡ୍ସ କଂଗ୍ରେସର ଉଦଘାଟନ କରିବା ପାଇଁ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ।
ଏୟାରପୋର୍ଟରୁ ପାଛୋଟି ଆଣିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ମୁଖ୍ୟମନ୍ତ୍ରୀଙ୍କ ସହ ଆଇନ ମନ୍ତ୍ରୀ ଓ ସଚିବ ଉଷା ପାଢୀ ସ୍ବାଗତ କରିବା ପାଇଁ ଉପସ୍ଥିତ ରହିଥିଲେ।




