
ଭୁବନେଶ୍ୱର ,ନୂଆପଡ଼ାରେ ସକାଳ ୯ଟା ସୁଦ୍ଧା ୧୪.୯୯% ଭୋଟିଂ ହୋଇଛି । ସବୁ ସ୍ଥାନରେ ସୁରୁଖୁରୁରେ ଚାଲିଛି ଭୋଟିଂ । ସୁନାବେଡ଼ାର ୮ଟି ବୁଥରେ ଅପରାହ୍ନ ୪ଟାରେ ସରିବ ମତଦାନ। ଭୋଟ ବେଳେ ୭୬ ନମ୍ବର ବୁଥରେ ଗୋଟିଏ ଇଭିଏମ ତ୍ରୁଟି ଦେଖାଦେବାରୁ ତାକୁ ପରିବର୍ତ୍ତନ କରାଯାଇଛି। କୌଣସି ଆଇନଶୃଙ୍ଖଳା ସ୍ଥିତି ଉପୁଜିନି।
ଅନ୍ୟ ବୁଥ୍ ମାନଙ୍କରେ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମତଦାନ ହେବ। ସମୟ ସରିବା ପୂର୍ବରୁ ଯେଉଁମାନେ ଧାଡ଼ିରେ ଥିବେ ଭୋଟ୍ ଦେଇପାରିବେ।
ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ରହିଛି ମୋଟ୍ ୩୫୮ଟି ବୁଥ୍। ଯାହା ଭିତରୁ ୪୭ଟି ସମ୍ବେଦନଶୀଳ ଓ ୮ଟି ଅତି ସମ୍ବେଦନଶୀଳ। ପ୍ରତି ପୋଲିଂ ପାର୍ଟିରେ ଅଛନ୍ତି ୫ ଜଣିଆ ଟିମ୍।
ତିନି ପ୍ରମୁଖ ଦଳ ବିଜେପି-ବିଜେଡି ଓ କଂଗ୍ରେସର ପ୍ରାର୍ଥୀଙ୍କୁ ମିଶାଇ ମଇଦାନରେ ୧୪ ଜଣ ଥିବାବେଳେ ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୨ ଲକ୍ଷ ୫୩ ହଜାର ୬୨୪ ଜଣ ଭୋଟର।ଶାନ୍ତିଶୃଙ୍ଖଳାର ସହ ମତଦାନ ଚାଲିଛି।




