ନିର୍ବାଚନରାଜନୀତି

ଦ୍ୱିତୀୟ ପର୍ଯ୍ୟାୟରେ ଆଜି ବିହାର ନିର୍ବାଚନ

 ଭୁବନେଶ୍ୱର,ଶେଷ ପର୍ଯ୍ୟାୟ ପାଇଁ ,ବିହାର ବିଧାନସଭା ନିର୍ବାଚନର ଭୋଟିଂ ଆରମ୍ଭ ହୋଇଛି । ୨୦ ଜିଲ୍ଲାର ୧୨୨ ବିଧାନସଭା ସିଟରେ ମତଦାନ ହେଉଛି। ଏଥିପାଇଁ ୪୫ ହଜାର ପୋଲିଂ ବୁଥ୍ କରାଯାଇଛି। ମୈଦାନରେ ଅଛନ୍ତି ୧୩ଶହ ୨ ପ୍ରାର୍ଥୀ। ଏମାନଙ୍କ ଭିତରେ ଅଛନ୍ତି ୧୩୬ ମହିଳା।

ମତାଧିକାର ସାବ୍ୟସ୍ତ କରିବେ,ବିହାରର ୩ କୋଟି ୭୦ ଲକ୍ଷରୁ ଅଧିକ ଭୋଟର।ନିଜ ଭାଗ୍ୟ ପରୀକ୍ଷା କରାଇବେ ଏନଡିଏରୁ ବିଜେପିର ୫୨, ଜେଡିୟୁର ୪୫, ରାମବିଳାସ ପାଶୱାନଙ୍କ ଏଲଜେପିର ୧୫, ହାମର ୬ ଏବଂ ରାଷ୍ଟ୍ରୀୟ ଲୋକମୋର୍ଚ୍ଚାର ୪ ଜଣ ପ୍ରାର୍ଥୀ।

ସେହିପରି ମହାମେଣ୍ଟରୁ ଆରଜେଡିର ୭୧, କଂଗ୍ରେସର ୩୭, ବିକାଶ ଶୀଳ ଇନସାନ୍ ପାର୍ଟିର ୮ ଓ CPIMର ୬ ଜଣ ପ୍ରାର୍ଥୀ ଲଢୁଛନ୍ତି। ପୂର୍ବରୁ ଗତ ୬ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୧୨୧ ବିଧାନସଭା ଆସନରେ ମତଦାନ ହୋଇଥିଲା।

ରେକର୍ଡ ୬୪.୬୬ ପ୍ରତିଶତ ଭୋଟିଂ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ବି ବିହାରରେ ମତଦାନ ହାର ଅଧିକ ରହିବ ବୋଲି କୁହାଯାଉଛି। ୧୪ ତାରିଖରେ ଜଣାପଡ଼ିବ କାହା ଦଖଲକୁ ଯିବ ବିହାର।

Related Articles

Back to top button