ଅନ୍ୟାନ୍ୟଜୀବନଶୈଳୀ

ବାସ୍ତୁ ଅନୁସାରେ ଜୋତା ଚପଲ ମଧ୍ୟ ଦିନ ଦେଖି କିଣିବା ଉଚିତ।

 ଭୁବନେଶ୍ୱର ,ଜୋତା ଚପଲ ନଷ୍ଟ ହୋଇଗଲେ ଆମେ ନୂଆ କିଣିଥାଉ। କିନ୍ତୁ ବାସ୍ତୁ ଅନୁସାରେ ଜୋତା ଚପଲ ମଧ୍ୟ ଦିନ ଦେଖି କିଣିବା ଉଚିତ।ଅମାବାସ୍ୟା, ମଙ୍ଗଳବାର, ଶନିବାର ଓ ଗ୍ରହଣ ଲାଗିଥିବା ଦିନ ମଧ୍ୟ ଲୋକେ ଜୋତା ଚପଲ କିଣିଥାନ୍ତି। ବାସ୍ତୁ ଅନୁଯାୟୀ ଏହା ବ୍ୟକ୍ତିକୁ କ୍ଷତି ପହଞ୍ଚାଇପାରେ। ସେଥିପାଇଁ ଏହି ସବୁ ଦିନ ଜୋତା ଚପଲ କିଣିବା ଉଚିତ ନୁହେଁ।

ଘରେ ରହିଥିବା ସମସ୍ତ ଜିନିଷକୁ ବାସ୍ତୁ ଆନୁସାରେ ସଜାଡ଼ି ରଖିବା ଜରୁରୀ ହୋଇଥାଏ । ଶାସ୍ତ୍ର ଅନୁସାରେ ଅନୁସାରେ ଘରେ ରଖିଥିବା କିଛି ଜିନିଷକୁ ଅଶୁଭ ବୋଲି ଧରାଯାଏ । ଏହି ଜିନିଷ ଘରେ ରହିଲେ ପରିବାରରେ ଅଶାନ୍ତି ଲାଗିରହେ । ବାସ୍ତୁ ଅନୁଯାୟୀ ଘରେ ଜୋତା ଚପଲ ରଖିବାର କିଛି ନିୟମ ରହିଛି ।ପୁରୁଣା ଜୋତା ଚପଲ ଫୋପାଡିବା ପରିବର୍ତ୍ତେ କାହାକୁ ଦାନ କରିବା ଭଲ।

ବାସ୍ତୁଶାସ୍ତ୍ର ଅନୁସାରେ ଘରର ଭଣ୍ଡାର ଗୃହକୁ ଜୋତା ଚପଲ ପିନ୍ଧି ଯିବା ଉଚିତ ନୁହେଁ। ଘରର ଯେଉଁ ସ୍ଥାନରେ ଶସ୍ୟ ଓ ଖାଦ୍ୟପେୟ ସାମଗ୍ରୀ ରଖାଯାଏ । ସେହି ସ୍ଥାନକୁ ଜୋତା ପିନ୍ଧି ଯିବା ଅର୍ଥାତ ଖାଦ୍ୟପେୟର ଅପମାନ କରିବା। ଏହାଦ୍ୱାରା ମା’ ଅନ୍ନପୂର୍ଣ୍ଣା ରାଗି ଯାଇଥାନ୍ତି ।ଘରର ରୋଷେଇ ଘରେ ମା’ ଅନ୍ନପୂର୍ଣ୍ଣା ବାସ କରନ୍ତି । ଏଠାରେ ଅଗ୍ନିଦେବ ମଧ୍ୟ ବାସ କରନ୍ତି। ଲୋକେ ରୋଷେଇ ଘରକୁ ମଧ୍ୟ ଜୋତା ଚପଲ ପିନ୍ଧି ଚାଲି ଯାଆନ୍ତି । ରୋଷେଇ ଘରକୁ ପବିତ୍ର ସ୍ଥାନ ବୋଲି କୁହାଯାଏ । ସେଥିପାଇଁ ରୋଷେଇ ଘର ଭିତରକୁ ଜୋତା ବା ଚପଲ ପିନ୍ଧି ଯିବା ଅନୁଚିତ ଅଟେ ।

Related Articles

Back to top button