
ଭୁବନେଶ୍ୱର, ସ୍ମଗଲିଂ ଓ ଅନୁପ୍ରବେଶ ରୋକିବାକୁ ଚାଲିଛି ମଝି ସମୁଦ୍ରରେ ପ୍ରାକ୍ଟିସ ।
ସ୍ଥିତିର ମୁକାବିଲା ବେଳେ କେମତି କୋଷ୍ଟଗାର୍ଡ ସହ ସମନ୍ବୟ ରଖି ଅପରେସନ କରାଯିବ ସେନେଇ ଅଭ୍ୟାସ କରାଯାଉଛି ।
ସମୁଦ୍ରରେ କେମିତି ଶତ୍ରୁକୁ ଚେକ୍ ଦିଆଯିବ, ତାହାର କରାଯାଉଛି ଅଭ୍ୟାସ।
ପାରାଦୀପ ସମୁଦ୍ରରେ, କୋଷ୍ଟ ଗାର୍ଡ ପକ୍ଷରୁ ଚାଲିଛି ସର୍ଚ୍ଚ ଓ ରେସ୍କ୍ୟୁ ୱାର୍କସପ୍ ।
କମାଣ୍ଡର କୋଷ୍ଟଗାର୍ଡଙ୍କ ପକ୍ଷରୁ ଏହି ଆୟୋଜନ କରାଯାଇଛି ।
ଆଞ୍ଚଳିକ ସାମୁଦ୍ରିକ ତଟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଏହି ଅଭ୍ୟାସରେ ଭାଗ ନେଇଛନ୍ତି ରାଜ୍ୟ ସର୍ଚ୍ଚ ଓ ରେସ୍କ୍ୟୁ ଟିମ୍।




