
ଭୁବନେଶ୍ୱର ,ନୂଆପଡ଼ା ବିପର୍ଯ୍ୟୟ ପରେ ବିଜେଡିରେ କମ୍ପନ। ପ୍ରାର୍ଥୀ ଚୟନକୁ ନେଇ ଉଠିଲା ପ୍ରଶ୍ନ। ନବୀନଙ୍କ ଲୋକପ୍ରିୟତା ଥାଉ ଥାଉ କାହିଁକି ଉପ-ନିର୍ବାଚନରେ ପ୍ରଥମରୁ ତିନି ନମ୍ବରକୁ ଖସିଲା ଦଳ…. ଗତକାଲି ନବୀନ,ବିଜେଡିର ଉତ୍ଥାନ ପତନ ବିଷୟରେ ଉଲ୍ଲେଖ କରି ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ।
କିନ୍ତୁ ଆଜି ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ସାମଲ କର୍ମୀଙ୍କୁ ଏକାଠି ରହିବାକୁ ପରାମର୍ଶ ଦେବା ସହ କହିଛନ୍ତି କେବଳ ଉତଥାନ ପତନ କହିଲେ ହେବନାହିଁ ପରାଜୟର ପ୍ରକୃତ କାରଣ ଖୋଜିବାର ବି ଆବଶ୍ୟକତା ଅଛି।
ଅନ୍ୟପଟେ ନୂଆପଡାରେ ୧୫ ଦିନ କାଳ ନିର୍ବାଚନ ପ୍ରଚାରର ମଙ୍ଗ ଧରିଥିବା କଟକ ମେୟର ତଥା ବରିଷ୍ଠ ବିଜେଡି ନେତା ସୁବାସ ସିଂ କହିଛନ୍ତି, ନୂଆପଡା ଆମ ପାଇଁ ଏକ ଶିକ୍ଷା। କେଉଁଠି ରହିଲା ତ୍ରୁଟି ତାର ଆତ୍ମ ସମୀକ୍ଷା କରାଯିବ।
ଦୁଇ ଦୁଇ ଥର ନବୀନ ନୂଆପଡା ଯାଇ ପ୍ରଚାର କରିଥିଲେ। ଏପରିକି ଦାୟିତ୍ବ ଦେଇଥିବା ନେତାଙ୍କୁ ଭିଡିଓ କଲ୍ କରି ନିର୍ବାଚନୀ ପ୍ରଚାର ତନଖି ବି ଖୋଦ ନିଜେ କରୁଥିଲେ। ମାତ୍ର ଏଥର କିନ୍ତୁ କାମ ଦେଲାନି ନବୀନଙ୍କ ହାତ ହଲା ଭୋଟ୍ ରାଜନୀତି। ଯାହାକୁ ନେଇ ଏବେ ବିଜେଡିରେ ପ୍ରବଳ ଅସନ୍ତୋଷ।




