ଅନ୍ୟାନ୍ୟଓଡ଼ିଶା

ଟାଟା ପାୱାରର ମନମୁଖୀ କାର୍ଯ୍ୟ

 ଭୁବନେଶ୍ୱର , ଟାଟା ପାୱାରର ମନମୁଖୀ କାର୍ଯ୍ୟ ବିରୋଧରେ, ଢେଙ୍କାନାଳରେ ୧୨ ଘଣ୍ଟିଆ ବନ୍ଦ ପାଳନ  କରାଯାଉଛି । ଜିଲ୍ଲା ଓକିଲ ସଂଘର ଆହ୍ବାନ କ୍ରମେ ବିଦ୍ୟୁତ ଉପଭୋକ୍ତା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ଡାକରା ଦିଆଯାଇଛି।

ଟାଟା ପାୱାର TPCODLର ମନମୁଖୀ କାର୍ଯ୍ୟ ବିରୁଦ୍ଧରେ ବନ୍ଦ ଡାକରା ଦିଆଯାଇଛି।ସକାଳ ୬ରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ  ରହିବ।

ଟାଟା ପାୱାର ଭିତ୍ତିଭୂମିକୁ ନସଜାଡି ଉପଭୋକ୍ତାଙ୍କ ଉପରେ ସ୍ମାର୍ଟ ମିଟର ଲଗାଇ ଅତ୍ୟଧିକ ବିଲ ଆଦାୟ କରିବା ଏବଂ ମନଇଛା ଫାଇନ ଆଦାୟ କରିବା ଭଳି କାମ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲା ଜିଲ୍ଲା ଓକିଲ ସଂଘ ।

ପରବର୍ତ୍ତୀ ସମୟରେ ଜିଲ୍ଲା ବାସୀଙ୍କ ସ୍ବାର୍ଥ ପାଇଁ ଏକ କ୍ରିୟାନୁଷ୍ଠାନ କମିଟି ଗଠନ ପରେ ବିଭିନ୍ନ ରାଜନୈତିକ ଦଳର ସଦସ୍ୟ ଓ ବରିଷ୍ଠ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ।

ଏହି ବନ୍ଦକୁ ବିଭିନ୍ନ ରାଜନୈତିକ ଦଳ, ବୁଦ୍ଧିଜୀବୀ ଓ ସହରବାସୀ ସମର୍ଥନ ଜଣାଇଛନ୍ତି।

Related Articles

Back to top button