ଓଡ଼ିଶାକ୍ରୀଡ଼ା

ଷ୍ଟାଡିୟମର ୬ଟି କାଉଣ୍ଟରରେ ବିକ୍ରି ହେବ ଟିକେଟ୍ ।

ଭୁବନେଶ୍ୱର ,ଆସନ୍ତା ଡିସେମ୍ବର ୯ରେ ପୁଣିଥରେ ହେବାକୁ ଯାଉଛି ଭାରତ-ଦକ୍ଷିଣ ଆଫ୍ରିକା T-20 ଟକ୍କର। ହେଲେ ଏଥର ଯେଭଳି କୌଣସି ବିଭ୍ରାଟ ନହୁଏ ସେଥିପ୍ରତି ଗୁରୁତ୍ବ ଦେଇଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବାରବାଟୀ ମ୍ୟାଚ ପାଇଁ ଡିସେମ୍ବର ୫ରେ ଟିକେଟ୍ ବିକ୍ରି ହେବ । ଏନେଇ OCA ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି । ଷ୍ଟାଡିୟମର ୬ଟି କାଉଣ୍ଟରରେ ବିକ୍ରି ହେବ ଟିକେଟ୍  । ଡିସେମ୍ବର ୧ ତାରିଖରେ ଅନଲାଇନ୍ ରେ ମିଳିବ ଟିକେଟ୍ ।  ଡିସେମ୍ବର ୩ ଓ ୪ରେ OCA ଅନୁବନ୍ଧିତ ସଂସ୍ଥାକୁ ଟିକେଟ୍ ମିଳିବ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ମ୍ୟାଚକୁ ତ୍ରୁଟିଶୂନ୍ୟ କରିବାକୁ ଓଡ଼ିଶା କ୍ରିକେଟ ଆସୋସିଏସନ୍ ଓ ରାଜ୍ୟ ପ୍ରଶାସନକୁ ଦେଇଛନ୍ତି କଡ଼ା ନିର୍ଦ୍ଦେଶ। ଦେଇଥିଲେ । ଲୋକସେବା ଭବନରେ ଆୟୋଜିତ ପ୍ରସ୍ତୁତି ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ, ମ୍ୟାଚ୍ ଉପରେ ସାରା ବିଶ୍ବର ନଜର ରହିଛି। ଏଣୁ ଭିଡ ନିୟନ୍ତ୍ରଣଠୁ ଆରମ୍ଭ କରି ଟିକେଟ୍ ବିକ୍ରି, ଜରୁରୀ ଚିକିତ୍ସା ବ୍ୟବସ୍ଥା ଉପଯୁକ୍ତ ଭାବେ ତଦାରଖ କରାଯାଉ। ମ୍ୟାଚ୍ ତୃଟିଶୂନ୍ୟ ହେଲେ ଓଡ଼ିଶାର ମର୍ଯ୍ୟାଦା ସୁରକ୍ଷିତ ହେବ। ସେପଟେ ଗତଥର ଫ୍ଲଡଲାଇଟ୍ ଲିଭିଯିବା ଘଟଣା ପରେ ଅଧିକ ସଜାଗ ହୋଇଛି ଓସିଏ। ନିରନ୍ତର ଲାଇଟିଙ୍ଗ ବ୍ୟବସ୍ଥା ପାଇଁ ନୂଆ ସପ୍ଟୱେୟାର୍ ଇନଷ୍ଟଲ କରାଯାଇଛି।

Related Articles

Back to top button