
ଭୁବନେଶ୍ୱର ,ଶୀତଦିନେ ଦହି ଖାଇଲେ, ଶରୀର ପାଇଁ କଣ ଫାଇଦା ହୋଇଥାଏ ….ଶୀତଦିନରେ ଦହିରୁ ଦୂରେଇ ରହିବା ଆବଶ୍ୟକ କି …. ଅନେକ ଲୋକ ଶୀତ ଦିନରେ ଦହି ଖାଇବାକୁ ପସନ୍ଦ କରନ୍ତିନି । । କିନ୍ତୁ ଶୀତଦିନେ ଦହି ଖାଇବା ଦ୍ୱାରା ଅନେକ ଲାଭ ମିଳିପାରେ । ଆସନ୍ତୁ ଜାଣିବା ଥଣ୍ତା ଦିନେ ଦହି ଖାଇବା ଦ୍ୱାରା କଣ କଣ ଲାଭ ମିଳି ପାରିବ…
ଏହି ସମୟରେ ଦହି ଏକ ପ୍ରାକୃତିକ ରୋଗ ପ୍ରତିରୋଧକ ଶକ୍ତି ଭାବେ କାର୍ଯ୍ୟ କରିଥାଏ । ବ୍ୟାକ୍ଟେରିଆଗୁଡ଼ିକ ପ୍ରୋବାୟୋଟିକ୍ସ ସହ ମିଶି ଶରୀରକୁ ସୁସ୍ଥ ରଖେ । ଦହି ଏକ ଶକ୍ତିଶାଳୀ ପାଚନ ତନ୍ତ୍ର ତିଆରି କରେ । ଦହି ଖାଇବା ଦ୍ୱାରା ଶୀତକାଳୀନ ରୋଗ ମଧ୍ୟ କମ ହୋଇଥାଏ ।ଦହି ଖାଇବା ଦ୍ୱାରା କ୍ୟାଲସିୟମ ମିଳିଥାଏ । ଫଳରେ ହାଡଗୁଡ଼ିକ ମଜବୁତ ରୁହେ । ଅଷ୍ଟିଓପୋରୋସିସ୍ ପରି ରୋଗ କବଳରୁ ରକ୍ଷା କରିଥାଏ ।
ଦହିରେ ଭିଟାମିନ୍ C ରହିଛି, ଯାହା ପ୍ରାକୃତିକ Antioxidant ଭଳି କାର୍ଯ୍ୟ କରିଥାଏ । ଏହା ରୋଗ ପ୍ରତିରୋଧକ ପ୍ରଣାଳୀକୁ ମଜବୁତ କରିଥାଏ । ଏଣୁ ଶୀତଦିନେ ଦହି ଖାଇବା ସ୍ୱାସ୍ଥ୍ୟ ପକ୍ଷେ ହିତକର ।
ଦହି କେବଳ ଯେ ପୋଷଣ ଓ କ୍ୟାଲସିୟମ ପ୍ରଦାନ କରେ ତାହା ନୁହେଁ, ଏଥିରୁ B12 ପରି ଅନ୍ୟାନ୍ୟ ଅତ୍ୟାବଶ୍ୟକ ଭିଟାମିନ୍ ମଧ୍ୟ ମିଳିଥାଏ । ଦହି ଖାଇବା ଦ୍ୱାରା ଥକ୍କାପଣ ଦୂର ହୋଇଥାଏ । ଶରୀରର ଶକ୍ତି ସ୍ତରକୁ ବଢ଼ାଇ ଥାଏ ।




