ଅନ୍ୟାନ୍ୟ

ଜେନେରେଟର ଧୂଆଁରେ ୨ ମୃତ

ଭୁବନେଶ୍ୱର, ୧୮/୦୨/୨୦୨୩ –    ଘରେ ଶୋଇଥିବା ବେଳେ ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ । ଏହି  ଘଟଣା ଘଟିଛି ଗଜପତି ଜିଲ୍ଲା ଆର୍. ଉଦୟଗିରି ଥାନା ବେତାରସିଂ ଗାଁରେ । ଆଉଜଣେ ଗୁରୁତର  ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ଗାଁର କମଳ ନାୟକଙ୍କ ପରିବାରରେ ବାହାଘର ଭୋଜି ଚାଲିଥିଲା । ବାପା ମାଧବ ନାୟକ, ଭାଇ ଗଣେଶ ନାୟକ ଓ ଦୁଇଝିଅ ଅମ୍ବିକା ଓ ଝୁମୁରି ନାୟକ ଭୋଜି ଭାତ ଖାଇ ଘରେ ଶୋଇଥିଲେ । ଘର ସମୁଖରେ ଗୋଟିଏ ଜେନେରେଟର୍ ଲାଗିଥିଲା । ଜେନେରେଟରରୁ ବାହାରୁଥିବା ଧୂଆଁରେ ଅଣନିଶ୍ବାସୀ ହୋଇ ଭାଇ ଗଣେଶ ଓ ଝିଅ ଅମ୍ବିକାଙ୍କ ମୃତ୍ୟୁ ହୋଇଛି । ଚନ୍ଦ୍ରଗିରି ପୋଲିସ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛନ୍ତି । ବାପା ମାଧବ ସୁସ୍ଥ ଥିବା ବେଳେ ଗୁରୁତର ଅନ୍ୟ ଏକ ଝିଅ ଝୁମୁରିଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com