ଅନ୍ୟାନ୍ୟସ୍ୱାସ୍ଥ୍ୟ

ସଠିକ୍ ଉପାୟରେ ଡାଲି ଖାଇବା ଦ୍ୱାରା ଆମ ଶରୀରକୁ ଶକ୍ତି ମିଳିଥାଏ

ଭୁବନେଶ୍ୱର ,ଆମ ଖାଦ୍ୟରେ ଡାଲି ବ୍ୟବହାର ହୋଇଆସୁଛି । ଡାଲି ପୃଷ୍ଟିସାରରେ ଭରପୁର । ସଠିକ୍ ପରିମାଣରେ ଏବଂ ସଠିକ୍ ଉପାୟରେ ଡାଲି ଖାଇବା ଦ୍ୱାରା, ଆମ ଶରୀରକୁ ଶକ୍ତି ମିଳିଥାଏ । ତେବେ ଡାଲି ତ ବିଭିନ୍ନ ପ୍ରକାରର ଅଛି ।

କିନ୍ତୁ କେଉଁ ଡାଲି ଆମ ଶରୀରକୁ ବେଶି ଶକ୍ତି ଦିଏ, ତାହା ବାଛିବା ଟିକେ କଷ୍ଟକର । ଡାଲିରେ ଯଥେଷ୍ଟ ପରିମାଣରେ ପ୍ରୋଟିନ୍ ଥାଏ।ଡାଲି ଖାଇବା ଦ୍ଵାରା ,ଆପଣଙ୍କ ମାଂସପେଶୀ ମଜବୁତ ହୋଇପାରେ।  ଆପଣଙ୍କ ଡାଏଟ୍ ପ୍ଲାନରେ ଏହି ପୁଷ୍ଟିକର ଭରପୂର ଡାଲିକୁ ସାମିଲ କରନ୍ତୁ ।

କୋଳଥ ଡାଲିକୁ ସବୁଠାରୁ ଅଧିକ ପ୍ରୋଟିନ ଥିବା ଡାଲି ଭାବେ, ବିବେଚନା କରାଯାଏ । ଏହି ଡାଲିର ପ୍ରତି ୧୦୦ ଗ୍ରାମରେ ୨୨ ଗ୍ରାମ ପ୍ରୋଟିନ୍ ଥାଏ। ଯଦି ଆପଣ ନିରାମିଷ ଏବଂ ପ୍ରୋଟିନ୍ ଯୁକ୍ତ ସୁପରଫୁଡ୍ ଖାଇବାକୁ ଚାହାଁନ୍ତି, ତେବେ ଆପଣ ଏହି ଡାଲିକୁ ଆପଣଙ୍କ ଡାଏଟ୍ ପ୍ଲାନରେ ଅନ୍ତର୍ଭୁକ୍ତ କରିପାରିବେ।ହରଡ଼ ଡାଲି ମଧ୍ୟ ପ୍ରୋଟିନର ଏକ ଭଲ ଉତ୍ସ।

ଯଦି ଆପଣ ଜିମ୍ ଯାଉଛନ୍ତି, ତେବେ ଆପଣ ଏହି ଡାଲି ଖାଇବା ଉଚିତ। ଏହି ଡାଲି ଖାଇବା ଦ୍ଵାରା ଆପଣଙ୍କ ମାଂସପେଶୀ ମଜବୁତ ହୋଇପାରେ। ଜିମ୍ ପ୍ରଶିକ୍ଷକମାନେ ପ୍ରାୟତଃ ଆପଣଙ୍କ ଡାଏଟ୍ ପ୍ଲାନରେ ଏହି ପୁଷ୍ଟିକର ଭରପୂର ଡାଲିକୁ ସାମିଲ କରିବାକୁ ପରାମର୍ଶ ଦିଅନ୍ତି।

Related Articles

Back to top button