ଅନ୍ୟାନ୍ୟ

ସୀମାରେ ଚୀନକୁୁ ମାତ ଦେବାକୁ ପ୍ରସ୍ତୁତ ଭାରତ

ଚୀନ ଏବଂ ଭାରତ ସୀମା ଅଞ୍ଚଳରେ ୧୭ ଶହ ୪୮ କିଲୋମିଟର ହାଇୱେ ନିର୍ମାଣ କରିବାକୁ ଯୋଜନା କରିଛି ଭାରତ । ଆସନ୍ତା ୫ ବର୍ଷ ମଧ୍ୟରେ ଏହି ହାଇୱେ ନିର୍ମାଣ କରିବାକୁ ଲକ୍ଷ ରଖାଯାଇଛି । ଅରୁଣାଚଳ ପ୍ରଦେଶରୁ ଇଣ୍ଡିଆ-ତିବ୍ୱତ୍-ଚୀନ-ମିଆଁମାର ବର୍ଡର ଦେଇ ଏହି ହାଇୱେ ତଥା ଜାତୀୟ ରାଜପଥ ନିର୍ମାଣ କରାଯିବ । ଯାହା ବର୍ଡରଠାରୁ ମାତ୍ର ୨୦ କିଲୋମିଟର ଦୂରରେ ରହିବ । ୧୭ ଶହ ୪୮ କିଲୋମିଟରର ଏହି ହାଇୱେରେ ଦୁଇଟି ଲେନ୍ ତଥା ରାସ୍ତା ରହିବ । ଏଥିପାଇଁ ମୋଟ ୨୭ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କହିଛନ୍ତି ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ।ଏହି ହାଇୱେରେ ୮୦୦ କିଲୋମିଟର ଗ୍ରୀନ୍ କରିଡର ସହ କିଛି ବ୍ରିଜ୍ ଏବଂ ଟନେଲ୍ ରହିବ । ଏହି ରାସ୍ତା ହେବା ଦ୍ୱାରା ଶତ୍ରୁ ଦେଶ ଉପରେ ନଜର ରଖିବା ସହ ବେଆଇନ ଅନୁପ୍ରବେଶ ରୋକିବାରେ ଏହା ସହାୟକ ହେବ ବୋଲି କୁହାଯାଉଛି । ନିହାକୁ ଏନଏଚ୍ ୯୧୩ ନାମରେ ନାମିକ କରାଯିବ । ଯୁଦ୍ଧାସ୍ତ୍ର ଏବଂ ସେନା ପରିବହନ କ୍ଷେତ୍ରରେ ଏହି ହାଇୱେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ ବୋଲି ଆଶା କରଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com