ନିର୍ବାଚନରାଜନୀତି

ପୁଣି ବିଜେପିର ବିଜୟ।

 ଭୁବନେଶ୍ୱର ,ପୁଣି ବିଜେପିର ବିଜୟ। ଧର୍ମଶାଳା ବ୍ଳକ ଅଧ୍ୟକ୍ଷ ପଦବୀରେ ଫୁଟିଲା ଫୁଲ। ଧର୍ମଶାଳା ପଞ୍ଚାୟତ ସମିତି ଅଧକ୍ଷ ପଦ ପାଇଁ ଆସନ୍ତା କାଲି ,ନିର୍ବାଚନ ଅନୁଷ୍ଠିତ ହେଇଥିଲା। ଯେଉଁଥିରେ ଭାରତୀୟ ଜନତା ପାର୍ଟିର ଏକ ବୃହତ୍ ବିଜୟ ହୋଇଛି।ବ୍ଳକ ଅଧ୍ୟକ୍ଷ କିଏ ହେବ ତାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆଉ କଳ୍ପନା ଜଳ୍ପନା ଲାଗି ରହିଥିଲା।

ସରକାର ପରିବର୍ତ୍ତନର ବର୍ଷକ ପରେ ,ଗତ ଅଗଷ୍ଟ ମାସରେ ବ୍ଳକ ଅଧ୍ୟକ୍ଷ ଥିବା ପୂର୍ବତନ ବିଜେଡି ବିଧାୟକଙ୍କ ଭାଇ ପ୍ରଭାତ ବଳବନ୍ତରାୟଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିଲା । ସାଧାରଣ ମହିଳା ରୁ ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାବେ ବିଜୟୀ ହୋଇଛନ୍ତି କ୍ଷେତ୍ରପାଳ ଗ୍ରାମପଞ୍ଚାୟତ ର ସମିତି ସଭ୍ୟା ଶ୍ରୀମତୀ ସୁଚିସ୍ମିତା ଦାସ। ତେବେ ଏହି ନିର୍ବାଚନ ହେବା ପୂର୍ବରୁ ଧର୍ମଶାଳାରେ ଅନେକ ରାଜନୈତିକ ଉଷ୍ମତା ଦେଖାଦେଇଥିଲା ।

ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଦ୍ୱାରା ଏକ ବିଶାଳ ମିଶ୍ରଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରା ଯାଇଥିଲା । ଏଥିରେ ୩୫ ରୁ ୩୭ଜଣ ସମିତିସଭ୍ୟ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ।ଅଧ୍ୟକ୍ଷ ପଦ ପାଇଁ ମ୍ୟାଜିକ ସଂଖ୍ୟା ୨୩ ଆବଶ୍ୟକ ଥିବା ବେଳେ ଏହା ଠାରୁ ଢେର ଅଧିକ ସଂଖ୍ୟା ବିଜେପି ପାଖରେ ଥିଲା । ନୂଆପଡ଼ା ଉପ ନିର୍ବାଚନ ଫଳାଫଳପରେ ବିଧାୟକ ଶ୍ରୀ ସାହୁଙ୍କ ରାଜ୍ୟ ରାଜନୀତିରେ ବେଶ ପ୍ରାଧାନ୍ୟ ବଢ଼ି ଯାଇଛି। ଯାହାର ପ୍ରଭାବ ଧର୍ମଶାଳାରେ ମଧ୍ୟ ଦେଖିବାକୁ ମିଳିଲା।

Related Articles

Back to top button