ଓଡ଼ିଶାମୌସୁମୀ

ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା

ଭୁବନେଶ୍ୱର ,  ଲଘୁଚାପ ସୃଷ୍ଟି ହେବା ପରେ ଅଧିକ ସ୍ପଷ୍ଟତା ଆସିପାରେ ବୋଲି କହିଛି, ପାଣିପାଗ ବିଭାଗ ।ଆଜି ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସହିତ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତିକରି ତାହା ଘନୀଭୂତ ହେବ। ୨୪ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ଅବପାତର ରୂପ ନେବାର ସମ୍ଭାବନା ରହିଛି ।

ପରବର୍ତ୍ତୀ ୪୮ ଘଣ୍ଟାରେ ଦିଗ ବଜାୟ ରଖିବା ସହ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଆହୁରି ଘନୀଭୂତ ସମ୍ଭାବନା ରହିଛି। ସକ୍ରିୟ ଘୂର୍ଣ୍ଣିବଳୟଟି ଆଜି ସୁଦ୍ଧା ଲଘୁଚାପର ରୂପ ନେଇପାରେ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ତାହା ପରବର୍ତ୍ତୀ ସମୟରେ ବାତ୍ୟାରେ ପରିଣତ ହୋଇପାରେ।

ରାଜ୍ୟରେ ଆହୁରି ୫ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ । ତାପମାତ୍ରାରେ ଆଉ ଦୁଇରୁ ୩ଡିଗ୍ରୀ ବୃଦ୍ଧି ହେବାର ସମ୍ଭାବନା ରହିଛି । ଆସନ୍ତା ସପ୍ତାହରେ ପାଗ ବଦଳି ପାରେ ଓ ଉପକୁଳ ଜିଲ୍ଲାମାନଙ୍କରେ ମେଘୁଆ ପାଗ ସହିତ ବର୍ଷା ସମ୍ଭାବନା ରହିଛି ।

Related Articles

Back to top button