
ଭୁବନେଶ୍ୱର ,ସୋସିଆଲ ମିଡିଆ ବିନା ବଞ୍ଚିବା ମଧ୍ୟ କଷ୍ଟକର ହୋଇଗଲାଣି ।ସମସ୍ତେ ଏବେ, ଫେସବୁକ ଇନଷ୍ଟାଗ୍ରାମ ପଛରେ ପାଗଳ । ଅଷ୍ଟ୍ରେଲିଆ ସରକାର ସମ୍ପର୍ତ୍ତି ଏକ ବଡ଼ ଘୋଷଣା କରିଛନ୍ତି । ୧୬ ବର୍ଷରୁ କମ୍ ବୟସର ଶିଶୁମାନଙ୍କର, ଫେସବୁକ୍ ଓ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ୪ ଡିସେମ୍ବରରୁ ହଟାଇ ଦିଆଯିବ ବୋଲି ସିଧାସଳକ ନିର୍ଦ୍ଦେଶ ଦେଇଛି ମେଟା ।
ଦୁଇ ବଡ଼ ସୋସିଆଲ ମିଡିଆ ପ୍ଲାଟଫର୍ମର ପ୍ୟାରେଣ୍ଟ କମ୍ପାନୀ, ମେଟା ଗତ ୨୦ ନଭେମ୍ବରରେ ଏହି ଘୋଷଣା କରିଛି । ସେପଟେ ଅଷ୍ଟ୍ରେଲିଆ ସରକାର, ଶିଶୁମାନଙ୍କୁ ସୋସିଆଲ ମିଡିଆରୁ ଦୂରେଇ ରଖିବା ପାଇଁ ନୂଆ ଆଇନକୁ ଲାଗୁ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ସପଟେ ଏପରି ଏକ ନିଷ୍ପତ୍ତି ନେଇଛି ମେଟା ।
ଅଷ୍ଟ୍ରେଲିଆ ବିଶ୍ୱର ପ୍ରଥମ ଦେଶ ହେବ ଯେଉଁଠାରେ କିଶୋରମାନଙ୍କୁ ସୋସିଆଲ ମିଡିଆ ବ୍ୟବହାର କରିବାରୁ ନିଷେଧ କରାଯାଇଛି। ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ TikTok, Snapchat ଏବଂ Metaର Facebook, Instagram ଉପରେ ପ୍ରତିବନ୍ଧକ ଲଗାଯିବ।ମେଟା କହିଛି ଯେ, ବ୍ୟାନ ଲାଗୁ ହେବା ପୂର୍ବରୁ ସେ କିଶୋରମାନଙ୍କୁ ନିଜ ପ୍ଲାଟଫର୍ମରୁ ହଟାଇବା ଆରମ୍ଭ କରିଦେବ। ଅଷ୍ଟ୍ରେଲିଆର ୧୩-୧୫ ବର୍ଷ ବୟସର ଅଷ୍ଟ୍ରେଲିଆନ୍ ୟୁଜର୍ସଙ୍କୁ ସେମାନଙ୍କ ଇନଷ୍ଟାଗ୍ରାମ୍, ଥ୍ରେଡ୍ସ ଓ ଫେସବୁକ୍ର ଆକ୍ସେସ୍ ହରାଇବେ ।




