ଅନ୍ୟାନ୍ୟ

ଆଜି ସନ୍ଧ୍ୟାରେ ଦେଖାଯିବ ବିରଳ ମହାଜାଗତିକ ଦୃଶ୍ୟ, ନିକଟତର ହେବେ ୫ଟି ଗ୍ରହ

 ଭୁବନେଶ୍ୱର, ୨୮/ ୦୩/ ୨୦୨୩ –    ମଙ୍ଗଳବାର ସନ୍ଧ୍ୟାରେ ପରିଲକ୍ଷିତ ହେବ ବିରଳ ମହାଜାଗତିକ ଦୃଶ୍ୟ । ବୁଧ, ଶୁକ୍ର, ମଙ୍ଗଳ, ବୃହସ୍ପତି ଓ ୟୁରାନସ ଏହି ୫ଟି ଗ୍ରହ ପରସ୍ପରର ଅତି ନିକଟତର ହେବେ । ଏହି ସମୟରେ ଗ୍ରହ ଗୁଡ଼ିକ ବକ୍ରରେଖାରେ ଅବସ୍ଥାନ କରିବେ । ସୂର୍ଯ୍ୟାସ୍ତ ପରେ ପରେ ପଶ୍ଚିମ ଦିଗରେ ଏହି ବିରଳ ଦୃଶ୍ୟ ଦେଖାଯିବ ।

ଆଜି ସନ୍ଧ୍ୟା ୫ଟା ୫୦ ମିନଟରେ ସୂର୍ଯ୍ୟାସ୍ତ ହେବ । ଏହାପରେ ୬ଟା ୩୫ରେ ବୃହସ୍ପତି ଅସ୍ତ ଯିବେ । ସୂର୍ଯ୍ୟାସ୍ତ ପରେ ଶୁକ୍ର ଅତି ଉଜ୍ଜଳ ରହିବ ଏବଂ ରାତି ୮ଟା ୩୨ ଯାଏ ଦୃଶ୍ୟମାନ ହେବ । ରାତି ୮ଟା ୪୨ ମିନଟରେ ୟୁରାନସ ଅସ୍ତ ହେବ । ଏହି ବିରଳ ଅବସ୍ଥାନକୁ ଖାଲି ଆଖିରେ ଦେଖା ଯାଇପାରିବ । ବାଇନୋକୁଲାରରେ ଏହି ବିରଳ ଦୃଶ୍ୟ ଅତି ସ୍ପଷ୍ଟ ଭାବେ ଦେଖା ଯାଇପାରିବ ।

Related Articles

Back to top button
WP Twitter Auto Publish Powered By : XYZScripts.com