ଅନ୍ୟାନ୍ୟମନୋରଞ୍ଜନ

କଳାକାରଙ୍କୁ କଳାରେ ସମ୍ମାନ।

 ଭୁବନେଶ୍ୱର ,ଓଡିଶାର ଜଣେ ଆଗ ଧାଡିର ଗାୟକଙ୍କ ମୃତ୍ୟୁକୁ, ସହଜରେ ଗ୍ରହଣ କରିପାରୁ ନାହାନ୍ତି, ତାଙ୍କ ପ୍ରଶଂସକ। ତାଙ୍କ ମୃତ୍ୟୁର ଏହି ରହସ୍ୟ ଭିତରେ କିନ୍ତୁ ଆସିଛି ତାଙ୍କ ଜନ୍ମଦିନ।ନା ଭୁଲିପାରିବେ, ତାଙ୍କ ସଙ୍ଗୀତକୁ କି ତାଙ୍କ ଜନ୍ମଦିନକୁ। ସେ ସିନା ଏ ଦୁନିଆଁରେ ଆଉ ନାହାନ୍ତି, କିନ୍ତୁ ଲୋକେ ନା ଭୁଲିପାରିବେ ତାଙ୍କୁ।

ସେ ଆଜି ଆମ ଗହଣରେ ନଥିଲେ ବି, ପ୍ରଶଂସକ ତାଙ୍କ ଜନ୍ମଦିନକୁ ନିଆରା କରିବାକୁ ଚେଷ୍ଟା କରିଛନ୍ତି। କଳାକାରକୁ କଳାରେ ସମ୍ମାନ ଦେଇଛନ୍ତି। ସଂଗୀତ ଶିଳ୍ପରେ କାମ କରିବା ବେଳେ ହ୍ୟୁମାନଙ୍କ ସହ ସଂସ୍ପର୍ଶରେ ଆସିଥିଲେ ଅରୁଣ, ଆଉ ତାଙ୍କ ପା‍ଇଁ ଗୀତ ଲେଖିଥିଲେ।

ଲେଖକ ଅରୁଣ ସାହୁ, ହ୍ୟୁମାନଙ୍କ ସ୍ମୃତିରେ ଏକ କାଠ ପୋଟ୍ରେଟ୍‌ କରିଛନ୍ତି। ଏହି କାଠ ପ୍ରତିକୃତି ପାଇଁ ଅରୁଣଙ୍କୁ ୪ରୁ ୫ଦିନ ଲାଗିଛି। ଖଣ୍ଡ ଖଣ୍ଡ କାଠକୁ ଯୋଡି ସେ କଳାକାରଙ୍କୁ ରୂପ ଦେଇଛନ୍ତି। କାଠ ଟୁକୁରାରେ ମୁହଁର ବିଭିନ୍ନ ଅଂଶ, ଚୁଟି ଆଦି କାଟି ପରେ ସେସବୁ ଅଠାରେ ଯୋଡିଛନ୍ତି ଅରୁଣ।

Related Articles

Back to top button