
ଭୁବନେଶ୍ୱର,ସଂସଦର ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ଆଜି କେନ୍ଦ୍ର ସରକାର, ଲୋକସଭାରେ , ଦୁଇଟି ବିଲ୍ ଆଗତ କରିବେ।କଂଗ୍ରେସ, ସମାଜବାଦୀ ପାର୍ଟି, TMC ଉଠାଇ ପାରନ୍ତି SIR ପ୍ରସଙ୍ଗ । ଜାତୀୟ ସୁରକ୍ଷା, ଦିଲ୍ଲୀ ବିସ୍ଫୋରଣକୁ ମଧ୍ୟ ବିରୋଧୀ ପ୍ରସଙ୍ଗ କରିପାରନ୍ତି । ଉଲ୍ଲେଖଯୋଗ୍ୟ ଯେ ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ୧ ରୁ ଡିସେମ୍ବର ୧୯, ୨୦୨୫ ପର୍ଯ୍ୟନ୍ତ ଚାଲିବ। ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ କରିବେ।
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଆଜି ଲୋକସଭାରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ କରିବେ, ଯାହାର ଲକ୍ଷ୍ୟ ତମାଖୁ ଉତ୍ପାଦରୁ ରାଜସ୍ୱ ସ୍ଥିରତା ଏବଂ ସ୍ୱାସ୍ଥ୍ୟ ସୁରକ୍ଷା ସୁନିଶ୍ଚିତ କରିବା।ଏହି ବିଲ୍ ଗୁଡିକରେ ‘ସ୍ୱାସ୍ଥ୍ୟ ସୁରକ୍ଷା ଏବଂ ଜାତୀୟ ସୁରକ୍ଷା ସେସ୍ ବିଲ୍, 2025’ ଏବଂ ‘କେନ୍ଦ୍ରୀୟ ଉତ୍ପାଦ ଆଇନ ସଂଶୋଧନ ବିଲ୍’ ଅନ୍ତର୍ଭୁକ୍ତ, ଯାହା ସରକାରଙ୍କ ନୂତନ ସେସ୍ ସହିତ GST ସେସ୍ କୁ ବଦଳାଇବ। ଉଲ୍ଲେଖନୀୟ ଯେ କେନ୍ଦ୍ର ସରକାର ସେପ୍ଟେମ୍ବର 2025 ରେ GST ହାର ସଂଶୋଧନ କରି ସାଧାରଣ ଲୋକଙ୍କୁ ମୁଦ୍ରାସ୍ଫୀତିରୁ କିଛି ଆଶ୍ୱସ୍ତି ପ୍ରଦାନ କରିଥିଲେ।




