ଅନ୍ୟାନ୍ୟସ୍ୱାସ୍ଥ୍ୟ

ରୋଗ ପ୍ରତିରୋଧକ ଶକ୍ତି କୁ ବୃଦ୍ଧି କରେ ଖଜୁରୀ

ଭୁବନେଶ୍ୱର , ଆମେ ନିୟମିତ  ୨,୩ଟି ଖଜୁରୀ ଖାଇବାଦ୍ୱାରା ଶରୀର ଫୂର୍ତ୍ତି ଏବଂ ସତେଜ ହୋଇଥାଏ । କାର୍ଯ୍ୟକରିବାର ଉତ୍ସାହ ମଧ୍ୟ ବଢିଥାଏ । ଏବଂ ଏହାଦ୍ୱାରା ତ୍ୱଚାରେ ମଧ୍ୟ ଚମକ ଆସିଥାଏ । ରାତିସାରା ଖଜୁରୀକୁ କାଣିରେ ଭିଜାଇ ସକାଳେ ଖାଲି ପେଟରେ ଖାଇବାଦ୍ୱାରା ପେଟରୋଗରୁ ମୁକ୍ତି ମିଳିଥାଏ ।ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀରେ, ପାଚନ ସମସ୍ୟା ଏକ ସାଧାରଣ ରୋଗରେ ପରିଣତ ହୋଇଗଲାଣି ।

ଖଜୁରୀରେ ଡାଏଟ୍ରି ଫାଇବରରେ ଭରପୂର ।ଏହି ଫାଇବର କୋଷ୍ଠକାଠିନ୍ୟରୁ ମୁକ୍ତି ଦିଏ ଏବଂ ଅନ୍ତନଳୀକୁ ସଫା କରିବାରେ ସାହାଯ୍ୟ କରେ । ତେଣୁ ଖଜୁରୀର ନିୟମିତ ଖାଇଲେ ହଜମ ପ୍ରକ୍ରିୟା ଉନ୍ନତ ହୁଏ ଏବଂ ବଦହଜମୀ ଏବଂ ଗ୍ୟାସ ଭଳି ପେଟ ସମସ୍ୟାର ଆଶଙ୍କା କମ୍ ହୁଏ ।ଏହା ଅନ୍ତନଳୀରେ ଥିବା ଲାଭଦାୟକ ବ୍ୟାକ୍ଟେରିଆକୁ ବୃଦ୍ଧି କରେ ।ଲୌହ ଅଭାବ ରକ୍ତହୀନତା ଏକ ସାଧାରଣ ସମସ୍ୟା ହୋଇଗଲାଣି । ବିଶେଷକରି ମହିଳାମାନଙ୍କ ମଧ୍ୟରେ ।

ଖଜୁରୀ ଲୌହର ଏକ ଉତ୍କୃଷ୍ଟ ପ୍ରାକୃତିକ ଉତ୍ସ । ପ୍ରତିଦିନ 2ରୁ 3 ଖଜୁରୀ ଖାଇବା ଦ୍ୱାରା ଶରୀରରେ ହିମୋଗ୍ଲୋବିନ୍ ସ୍ତର ବୃଦ୍ଧି ପାଇବାରେ ସାହାଯ୍ୟ କରେ । ଲାଲ ରକ୍ତ କୋଷିକା ଉତ୍ପାଦନ ବୃଦ୍ଧି କରି, ଏହା ସମଗ୍ର ଶରୀରରେ ଅମ୍ଳଜାନର ପ୍ରବାହକୁ ଉନ୍ନତ କରେ, ଯାହା ଫଳରେ ଥକ୍କାପଣ ଏବଂ ଦୁର୍ବଳତା ଦୂର ହୁଏ ।ଗ୍ଲୁକୋଜ ଏବଂ ଫ୍ରକ୍ଟୋଜରର ଭଣ୍ଡାର ଖଜୁରୀ ମଧୁମେହ ରୋଗରୁ ସାହାଯ୍ୟ କରିବା ସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ମିଳିଥାଏ । ଖଜୁରୀରେ ୫୪ପ୍ରତିଶତ ଚିନି ଏବଂ ୭ପ୍ରତିଶତ ପ୍ରୋଟିନ ମିଳିଥାଏ । ଏହା ଶରୀରପାଇଁ ବହୁ ଉପଯୋଗୀ ଅଟେ।

Related Articles

Back to top button