ଐତିହ୍ୟ ଓ ସଂସ୍କୃତିମନୋରଞ୍ଜନ

୩୬ତମ କୋଣାର୍କ ଉତ୍ସବ ଉଦଘାଟିତ

ଭୁବନେଶ୍ୱର, ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ବାରା କୋଣାର୍କ ସୂର୍ଯ୍ୟମନ୍ଦିର ପାଦଦେଶରେ ଥିବା ମୁକ୍ତାକାଶ ରଙ୍ଗମଞ୍ଚରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦ୍ବାରା ଏହା ଉଦଘାଟିତ ହୋଇଛି।

ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୁଲ୍ୟରେ ଏବଂ ସଙ୍ଗୀତ ନାଟକ ଏକାଡେମୀ ଓ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ମିଳିତ ଉଦ୍ୟମରେ ପାଞ୍ଚ ଦିନ ହେବ ଏହି ମହୋତ୍ସବ।

ପର୍ଯ୍ୟଟନ ମନ୍ତ୍ରୀ ତଥା ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ପୁରୀ ଜିଲ୍ଲାର ସମସ୍ତ ବିଧାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଉଦଘାଟନୀ ସନ୍ଧ୍ୟାରେ…. ପ୍ରତିବର୍ଷ କୋଣାର୍କ ଉତ୍ସବ ସହିତ ଆୟୋଜିତ ହୋଇଥାଏ ଆନ୍ତର୍ଜାତିକ ବାଲୁକା କଳା ମହୋତ୍ସବ ।

ଚନ୍ଦ୍ରଭାଗା କୂଳରେ ବିଶ୍ୱର କୋଣ ଅନୁକୋଣରୁ ଆସିଥାନ୍ତି, ବାଲୁକା ଶିଳ୍ପୀ ଗଣ । ଏ ବର୍ଷ  ପ୍ରାୟ ୧୪୦ ଜଣ ଶିଳ୍ପୀ ଯୋଗ ଦେଇଛନ୍ତି। ସ୍ପେନ୍, ରୁଷିଆ, ଜାପାନ, ପର୍ତ୍ତୁଗାଲ ଓ ଶ୍ରୀଲଙ୍କାରୁ ମଧ୍ୟ ବାଲୁକା ଶିଳ୍ପୀ ଏଥିରେ ସାମିଲ ହୋଇଛନ୍ତି।

Related Articles

Back to top button