ଭାଇରାଲ୍ ଭିଡିଓମନୋରଞ୍ଜନ

ରଣବୀର ନିଜ ଇନଷ୍ଟାଗ୍ରାମରେ ଦେଇଥିଲେ ସ୍ପଷ୍ଟୀକରଣ ।

ଭୁବନେଶ୍ୱର ,ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଦେଇଥିବା ବୟାନ ପାଇଁ, ବିବାଦୀୟ ହୋଇପଡ଼ିଛନ୍ତି ରଣବୀର।  ବଲିଉଡ ଅଭିନେତା ରଣବୀର ସିଂ ଙ୍କ ନାମରେ ଗୁରୁତର ଅଭିଯୋଗ ଆସିଛି….ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ଦେବାର…. ସେ ଫିଲ୍ମରେ ଥିବା ଏକ ଦୃଶ୍ୟକୁ ନକଲ କରିଥିଲେ।

ଯେଉଁଥିରେ ଚାମୁଣ୍ଡା ଦେବୀ ରିଷଭ ସେଟ୍ଟୀଙ୍କ ସହିତ ପ୍ରବେଶ କରିଥିଲେ।ଏପରିକି ଷ୍ଟେଜରୁ ଓହ୍ଲାଇ ସମାନ ଦୃଶ୍ୟକୁ ସେ ପୁନରାବୃତ୍ତି କରୁଥିବାର ମଧ୍ୟ ଦେଖାଯାଇଥିଲା। ଏପରି କରିବାକୁ ରିଷଭ ଶେଟ୍ଟୀ ତାଙ୍କୁ ବାରଣ କରିଥିଲେ ମଧ୍ୟ, ଅଟକିନଥିଲେ ରଣବୀର।

କାରଣ ଚାମୁଣ୍ଡା ଦେବୀଙ୍କୁ ଦକ୍ଷିଣ ଭାରତ ଏବଂ ଦେଶରେ ପୂଜା କରାଯାଏ। ତେଣୁ ରଣବୀରଙ୍କ ଏପରି କଥା କହି ଦେବୀଙ୍କୁ ଅପମାନ ବୋଲି ଅଭିୟୋଗ କରିଥିଲେ ଲୋକ। ଯାହାକୁ ନେଇ ସୋସିଆଲ ମିଡିଆରେ ତାଙ୍କୁ କଡ଼ା ନିନ୍ଦା କରାଯାଇଥିଲା।

ଏପରିକି ତାଙ୍କ ନାମରେ ଥାନାରେ, ଅଭିଯୋଗ ମଧ୍ୟ କରାଯାଇଥିଲା କାନ୍ତାରା ଫିଲ୍ମରେ ବର୍ଣ୍ଣିତ ଚାମୁଣ୍ଡା ଦେବୀଙ୍କୁ ମହିଳା ଭୂତ ବୋଲି କହିଥିଲେ ରଣବୀର ସିଂ। ତେବେ ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାପରେ କର୍ଣ୍ଣାଟକ ସମେତ ସାରା ଦେଶରେ ଉତ୍ତେଜନା ସୃଷ୍ଟି କରିଥିଲା।

Related Articles

Back to top button